ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଜିଆର୍‌ ସହାୟତା ବଣ୍ଟନର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

kalipuja

ପୁରୁଷୋତ୍ତମପୁର : ଆଗାମୀ ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଜିଆର୍‌ (ରିଲିଫ୍‌) ସହାୟତା ବଣ୍ଟନର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଜିଲ୍ଲାପାଳଙ୍କ ଏହି କ୍ଷେତ୍ରସ୍ତରୀୟ ଗସ୍ତ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଳିଆ ଅଞ୍ଚଳର ସ୍ଥିତି ପରଖିଥିଲେ।

ଜିଲ୍ଲାପାଳ ଓ ପ୍ରଶାସନିକ ଟିମ୍‌ ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ପାଣ୍ଡିଆ, ଅନ୍ତରିଗାଁ ଓ ହିରାଧରବାଟି ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ସ୍ଥିତିର ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ଭିତ୍ତିଭୂମି, ପାନୀୟ ଜଳ, ବିଦ୍ୟୁତ୍‌ ଯୋଗାଣ, ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବା ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ସମୀକ୍ଷା କରିଥିଲେ। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଏବଂ ସମସ୍ତ ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହିତ ବନ୍ୟା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଜିଆର୍‌ ସହାୟତା ବଣ୍ଟନ କାର୍ଯ୍ୟର ଅଗ୍ରଗତି ଜିଲ୍ଲାପାଳ ତଦାରଖ କରିଥିଲେ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି ଏବଂ ରିଲିଫ୍‌ ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ତ୍ୱରିତ ଭାବେ ସମ୍ପନ୍ନ ହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ad-week
Leave A Reply

Your email address will not be published.