
ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ….
ନୟାଗଡ଼ : ନୟାଗଡ଼ ସହରର ଯେତିକି ବିକାଶ ହୋଇଛି ନୂଆନୂଆ ସମସ୍ୟା ବି ବିକାଶରେ ବାଧା ସୃଷ୍ଟି କରୁଛି ।ନୟାଗଡ଼ ମୁଖ୍ୟ ସହରରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନେକ ଯାନବାହାନ ରାସ୍ତା ଉପରେ ପାର୍କିଂ କରାଯାଉଛି ।ମାତ୍ର ପୌର ପରିଷଦ ପାର୍କିଂ ପାଇଁ ଟିକସ ଆଦାୟ କରି ନୀରବଦ୍ରଷ୍ଟା ସାଜିଛି ।୧୯୯୩ ମସିହାରେ। ପ୍ରତିଷ୍ଠା ହୋଇଥିବା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ବର୍ଷ ତଳେ ପୌର ପରିଷଦର ମାନ୍ୟତା ପାଇଛି ।ପୌର ପରିଷଦ ମାନ୍ୟତା ପରେ ଅନେକ ବିକାଶ ମୂଳକକାର୍ଯ୍ୟ କରାଯାଉଥିଲେ ମଧ୍ୟ ସହରର ମୁଖ୍ୟ ସମସ୍ୟା ପାର୍କିଂ ବ୍ୟବସ୍ଥା ହୋଇପାରୁନାହିଁ ।ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରୁ ଟ୍ରାଫିକ ଛକ ଫଳ ଦୋକାନ ପର୍ଯ୍ୟନ୍ତ, ନୟାଗଡ଼ କଲେଜ ରୋଡ଼ ରାସ୍ତା, ପରିବା ମାର୍କେଟ କଡ଼ରେ ବାଇକ୍ ଗଦା ହୋଇ ରହୁଛି। ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍ ରଖିବା ଦ୍ଵାରା ରାସ୍ତା ସଂକୀର୍ଣ୍ଣ ହୋଇପଡୁଛି।ସେହିପରି ବିଭିନ୍ନ ସ୍ଥାନରେ କାର, ବସ, ଟ୍ରକ ମଧ୍ୟ ରାସ୍ତାକଡ଼ରେ ପାର୍କିଂ ହେଉଛି।ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡ଼ା ରାସ୍ତା ପାନୀୟଜଳ ଓ ପରିମଳ ବିଭାଗ ଅଫିସ ସାମ୍ନା, ଖଣ୍ଡପଡ଼ା ରୋଡ଼ ଗଣେଶ ଢାବା ସାମନାରେ ଥିବା ଏକ ସିମେଣ୍ଟ ଗୋଦମକୁ ବିଭିନ୍ନ ଯାନବାହାନ ଯିବା ଆସିବା କରି ରାସ୍ତା ଅବରୋଧ କରିଛନ୍ତି ।ଏହି ସ୍ଥାନ ଗୁଡିକରେ ଅନ୍ୟାୟସରେ ଟ୍ରାଫିକ ଜାମ୍ ହେଉଛି ।