ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ

youtube

ରାୟଗଡା : ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ମଙ୍ଗଳବାର ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ ଓ ପ୍ରଶିକ୍ଷଣ ପରେ ୨୦୧୪ରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ଏବଂ ୨୦୧୪ ମସିହାରେ ବାଂଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ଦାୟିତ୍ୱରେ ଥିଲା।
ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୈଧ, କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡିତ ଥିବା ବେଳେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ରାୟଗଡା ଏସପି ସ୍ବିଥୀ ଏସ୍ କୁମାର ସୂଚନା ଦେଇଛନ୍ତି। ବିଜୟ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ, ୮ ରାଉଣ୍ଡ ଅଫୁଟା ଗୁଳି, ୱାକିଟକି ଓ ଘଣ୍ଟା ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ବିଜୟକୁ ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

Leave A Reply

Your email address will not be published.