ଶିକ୍ଷକ ମାନଙ୍କ ବଦଳୀ ଏବେ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ପୁଷ ମାସ…

ସରକାର ବଢ଼େଇଲେ ଆଦାୟ ପାଇଁ ଏକ ମାଧ୍ୟମ…..!

add-all

ବିଧାୟକ ଓ ମନ୍ତ୍ରୀ ମାନଙ୍କ ସରଣରେ ଶିକ୍ଷକ…!


ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଶିକ୍ଷକ ବଦଳୀ ନିର୍ଦ୍ଧେଶ ନାମା ଏବେ ବିଧାୟକ ଙ୍କ ପାଇଁ ଆଦାୟର ମାଧ୍ୟମ ହୋଇଛି।ସରକାରଙ୍କ ପକ୍ଷରୁ ପୂର୍ବରୁ ୧୦ ଜଣ ଶିକ୍ଷକ ମାନଙ୍କୁ ବଦଳୀ ପାଇଁ ବିଧାୟକ ମାନଙ୍କୁ କ୍ଷମତା ଦିଆଯାଇଥିଲା। ଏବେ ମୋହନ ସରକାର ଶିକ୍ଷକ ବଦଳୀ କ୍ଷମତାକୁ ଟିକେ ବୃଦ୍ଧି କରି ୧୦ ରୁ ୧୫ କରିବା ଫଳରେ ବିଧାୟକ ପାଇଁ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଲାଣି। ଜିଲ୍ଲାର ଜୈନିକ ବିଧାୟକ ଶିକ୍ଷକ ମାନଙ୍କୁ ଦୁର୍ଗମ ଅଞ୍ଚଳ କୁ ବଦଳୀ କରିବାକୁ ନାଲି ଆଖି ଦେଖାଇ ମୋଟା ଅଙ୍କ ଦାବୀ କରିବାର ଅଭିଯୋଗ ହେଲାଣି। କିଛି ଶିକ୍ଷକ ଭୟରେ ଅଗ୍ରିମ ବାବଦକୁ ଫୋନ-ପେ ମାଧ୍ୟମରେ ଟଙ୍କା ଦେଇଥିବାର କଥା ଧୀରେ ଧୀରେ ବାହାରକୁ ଆସିଲାଣି।ଲୋକଙ୍କ ସରକାର ସମୟରେ ସାଧାରଣ ଲୋକ ସାଙ୍ଗକୁ ବହୁ ବିଭାଗ ର ଅଧିକାରୀ ମାନେ ନେତାଙ୍କୁ ଖୁଷ କରି କରି ନୟାନ୍ତ ହୋଇଥିବା ଚର୍ଚ୍ଚା ହେଉଛି।ଏବେ ଅଧିକାଂଶ ଅଧିକାରୀ ତ୍ରାହି ତ୍ରାହି ଡାକିଲେଣି। ବିଧାୟକ ଓ ମନ୍ତ୍ରୀ ମାନଙ୍କ ସରଣରେ ଏବେ ଶିକ୍ଷକ, ମୁଲ ତାଲ ହେଲାଣି ବଦଳିକୁ ନେଇ ଯେଉଁ ଶିକ୍ଷକ ବିଧାୟକ ଓ ମନ୍ତ୍ରୀ ଙ୍କୁ ଯେତେ ଖୁସ କରିପାରିବେ ସେମାନ ପାଇବେ ମନ ପସନ୍ଦ ର ସ୍କୁଲ l ପାଠ ପଢା ଚୁଲୀକୁ ଯାଉ.. ବିଧାୟକ ମାନଙ୍କ ଆଦାୟ ପ୍ରବଳ ହେଉ ଏହାହିଁ ସରକାରଙ୍କ ମୁଖ୍ୟ ଉଦେଶ୍ୟ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି l

ad-week
Leave A Reply

Your email address will not be published.