ନୟାଗଡ଼ ପୋଲିସ ର ଟାର୍ଗେଟ ରେ ବଡ଼ ହସ୍ତି….!

ମଦ ମାଫିଆ ମାନଙ୍କ ମଧ୍ୟରେ ବଢ଼ିଲାଣି ତିକ୍ତତା, ଗଡି ପାରେ ମୁଣ୍ଡ…!

youtube

ପୂର୍ବ ସୂଚନା ଯୋଗୁଁ ଗଞ୍ଜାମ ରୁ ନୟାଗଡ କୁ ଯାଉଥିବା ମଦଗାଡ଼ି ଛୁ …!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ତଥା ଏହାର ଆଖ ପାଖ ଅଞ୍ଚଳ ରୁ ରୀତିମତ ଚୋରା ଦେଶୀ ମଦ ନୟାଗଡ଼ ଅଞ୍ଚଳକୁ ଯାଉଛି ବୋଲି ନୟାଗଡ ପୋଲିସ ପାଖରେ ସୂଚନା ରହିଛି। ଯାହାକୁ ନେଇ ଗଣମାଧ୍ୟମ ରେ ବି ଖବର ପ୍ରକାଶିତ ହୋଇଛି ଯାହାକୁ ନେଇ ନୟାଗଡ଼ ପୋଲିସ ସଜାଗ ରହିଛି l ସୂଚନା ଥାଉକି ଆସିକା ଅଞ୍ଚଳକୁ ବାହାର ରାଜ୍ୟରୁ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ଓ ସ୍ପିରିଟ ଆସି ସେଥିରୁ ପ୍ରସ୍ତୁତ ମଦ ନୟାଗଡ ଅଞ୍ଚଳ କୁ ଚାଲାଣ ହେଉଥିବା ଅଭିଯୋଗ ପରେ ନୟାଗଡ଼ ପୋଲିସ ଟିକେ ଆକ୍ଟିଭ ହୋଇଥିବା ଜଣା ପଡିଛି। ଆସିକା ରୁ ଆସୁଥିବା ଚୋରା ମଦ ଧରପଗଡ଼ ପାଇଁ ପୋଲିସ ଜାଲ ବିଛାଇଥିଲା ପୂର୍ବ ଆଭାସ ପାଇ ମଦ ଆସୁଥିବା ଗାଡ଼ି ଅଧା ରାସ୍ତାରୁ ଛୁ ମାରିଥିବା ଆଲୋଚନା ହେଉଛି। ଶାସକ ଦଳର ଛତ୍ର ଛାୟା ତଳେ ରହି ବଡ଼ହସ୍ତି ମୁଠା ମୁଠା ଟଙ୍କାରେ ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇ ନିଜର ସାମ୍ରାଜ୍ୟ ଦିନକୁ ଦିନ ବଢେଇବାରେ ଲାଗିଛି। ଆଗାମୀ ଦିନରେ କଟକ ବେଲୁ ଠାରୁ ବି ବଳିଯିବ ଏହି ବଡ଼ହସ୍ତି ବୋଲି ଏବେଠାରୁ ଆଲୋଚନା ହେଲାଣି। ବଡ଼ ହସ୍ତିର କାରନାମା ପୋଲିସ ହାତରେ ଲାଗିଲେ ବଡ଼ ବଡ଼ ବାବୁ ମାନଙ୍କ ଗୁମର ଖୋଲିବ। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଅଧିକାଂଶ ଦେଶୀ ମଦ ଭାଟିରେ ମହୁଲ ସ୍ଥାନରେ ୟୁରିଆ ଓ ରାସାୟନିକ ପଦାର୍ଥ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରି ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ରୀତିମତ ଅଭିଯୋଗ ହେଉଥିଲେ ବି ଆଜି ସୁଦ୍ଧା ଉକ୍ତ ପୋଚର କେମିକାଲ ଟେଷ୍ଟ ହେଉନାହିଁ। ଯାହାକି ଆଗାମୀ ଦିନରେ ପୁଣି ଏକ ମଦ ମୃତ୍ୟୁ ର ଭିବିଶିକା ଗଞ୍ଜାମ ଜିଲ୍ଲାର ପଦଦେଶ ରେ ପହଞ୍ଚିବା କୁ ବେଶୀ ଦିନ ନାହିଁ l ଗଞ୍ଜାମ ଅବକାରୀ ବିଭାଗ ଓ ପୋଲିସ ବିଭାଗ ମୋଟା ଅଙ୍କର ମାସିଆରି ପାଇଁ ମଦ ମାଫିଆ ମାନଙ୍କୁ ଜୋଇଁ ପୁଅ ର ସଂମ୍ମାନ ଦେଉଥିବା ବି ଚର୍ଚ୍ଚା ହେଉଛି l ବିଶେଷ ସୂତ୍ରରୁ ଖବର ବି ମିଳୁଛି ମଦ ମାଫିଆ ମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହେଲାଣି ଯାହାକି ଆଗାମୀ ଦିନରେ ଏକ ବଡ଼ ହସ୍ତୀର ମୁଣ୍ଡ ଗଡ଼ିବି ପାରେ ବୋଲି ଖଟିରେ ଚର୍ଚ୍ଚା ହେଉଛି l ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.