ପଡିଆ ବ୍ଲକଠାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ପଡିଆ ମୁଖ୍ୟ ବଜାରର ସଫେଇ, ଅଣ ଜଳସେଚିତ ଅଞ୍ଛଳରେ କେନାଲ ନିର୍ମାଣ ସହ ଜଳସେଚନ ବ୍ୟବସ୍ଥା, ଇତାଗୁଡା ଓ ମାଟେରୁ ପଞ୍ଚାୟତର ମେଟାଗୁଡା ଠାରେ ଚେକ୍ ଡ୍ୟାମ ନିର୍ମାଣ, ମାଟେରୁ ପଞ୍ଚାୟତର ତିନିଟି ସ୍ଥାନରେ ଖେଳ ପଡିଆ ନିର୍ମାଣ ଓ ନଳକୂପ ନିର୍ମାଣ କରିବାକୁ ଅଭିଯୋଗ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦିଆଯାଇଛି।

ଏଥିସହ ସରକାରୀ କାମର ବିଲ ପ୍ରଦାନ, ୫ – ଟି ରେ ହୋଇଥିବା ଗଠନପଲ୍ଲୀ, ପଡିଆ ଆଶ୍ରମ ସ୍କୁଲ ଓ ପଡିଆ ଖେଳ ପଡିଆର ବିଲ ପ୍ରଦାନ ଓ ପଡିଆ ଗ୍ରାମ ପୋଖରୀର ଉନ୍ନତିକରଣ କରିବା ଆଦି ମୋଟ ୩୬ ଟି ଅଭିଯୋଗର ଶୁଣାଣୀ ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଓ ବିନୋଦ ପାଟିଲ ଏଚ ଲୋକଙ୍କ ସମସ୍ତ ଅଭିଯୋଗ ଶୁଣିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଓ ନରେଶ ଚନ୍ଦ୍ର ଶବର, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ, ବିଡିଓ ଅଶ୍ଵିନି କୁମାର ମହାପାତ୍ର ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.