ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ, ଶାନ୍ତି ଓ ସ୍ୱଚ୍ଛତାର ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନାଦର୍ଶ ଓ ତାଙ୍କ ଚିନ୍ତାଧାରା ଛାତ୍ରୀମାନଙ୍କ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ବୋଲି କହିଥିଲେ।

ଅଧ୍ୟକ୍ଷା ଶ୍ରୀମତୀ ଅନୀତାକୁମାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଶ୍ରୀମତୀ ହିମାଦ୍ରିତନୟା ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସୁପ୍ରିୟା ରଣା, ଉଜ୍ୱଳା କହଁର, ମନୋଜଙ୍କ ସମେତ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଜୀବନୀ, ଆଦର୍ଶ ଓ ଦେଶ ପାଇଁ ତାଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ସଚେତନତା ସୃଷ୍ଟି କରିବା ସହ ସତ୍ୟ ଓ ଅହିଂସାର ପଥ ଅନୁସରଣ ପାଇଁ ଆହ୍ୱାନ ଦିଆଯାଇଥିଲା।

ad-week
Leave A Reply

Your email address will not be published.