ଟେଣ୍ଡର ଋତୁ ଆରମ୍ଭ ହେଲା : ଫିକ୍ସ ପାଇଁ ଖସଡା ପ୍ରସ୍ତୁତ କରିଲେଣି ଠିକାଦାର……!

add-all

ବ୍ରହ୍ମପୁର : ଗତ କିଛିଦିନ ର ବ୍ୟବଧାନ ପରେ ଭଞ୍ଜନଗର ଜଳ ସେଚନ ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ରେ ଆସିକା ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ କାମ କରାଯିବ। କିନ୍ତୁ ଏବେ ମୁଣ୍ଡି ଠିକାଦାର ଅନ୍ୟ ଠିକାଦାର ଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ ପାଇଁ ଟେଣ୍ଡର ଫିକ୍ସିଂ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ କେଉଁ ଅଭେଦ୍ୟ ସ୍ଥାନ ରେ ବୈଠକ ବସିବ ଯେଉଠିକୁ ପୋଲିସ ପ୍ରଶାସନ ମଧ୍ୟ ପହଁଚି ପାରିବ ନାହିଁ ସେହି ସ୍ଥାନ ଚିହ୍ନଟ ସରିଛି। ଟେଣ୍ଡେର ପକାଇବା ଶେଷ ଦିନ ଜୁନ ୨ ତାରିଖ ଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଠିକାଦାର ଚୟନ ଶେଷ ପାଇଁ ଯୋଜନା ଚାଲିଛି। କେତୋଟି ହାତ ଗଣତି ଠିକାଦାର ଓ ଦଲାଲ ନିଜକୁ ଆତ୍ମଘୋଷିତ ସଭାପତି ସମ୍ପାଦକ ଉପଦେଷ୍ଟା ବୋଲାଇ ସରକାର ଙ୍କ ସ୍ବଛ ପ୍ରକ୍ରିୟା ରେ ବାଧା ସୃଷ୍ଟି କରିବା ସହିତ ଅନ୍ୟ ଠିକାଦାର ଙ୍କୁ ଭୟଭୀତ କରିବା ନେଇ ଚର୍ଚ୍ଚା ହେଲାଣି। ସରକାର ଙ୍କ ଟେଣ୍ଡେର ପ୍ରକ୍ରିୟା ସ୍ୱଚ୍ଛ ଓ ଅବାଧ ଥିବା ବେଳେ ମୁଣ୍ଡି ଠିକାଦାର ଙ୍କ ନିକଟରେ ପୋଲିସ ପ୍ରଶାସନ ପହଁଞ୍ଚି ପାରିବ କି ଏହା ପ୍ରଶ୍ନବାଚୀ। ଗତ ଏକ ମାସ ମଧ୍ୟ ରେ ଆସିକା ପୋଲିସ ଉପଖଣ୍ଡ ରୁ ପୋଲିସ ଦୁଇ ଡଜନ ଅଧିକ ମାଉଜର ଜବତ କରିଥିବା ବେଳେ ମୁଣ୍ଡି ଠିକାଦାର ଙ୍କ ଅପରାଧ ଜଗତ ଲିଙ୍କ ଏ ପର୍ଯ୍ୟନ୍ତ ଠାବ କରି ପାରିନାହିଁ।ଏଭଳି ସ୍ଥିତି ରେ ଭୟ ରେ ଠିକାଦାର। ଏହି ସ୍ଥିତି କେବଳ ଆସିକା ବ୍ଳକ ରେ ଦେଖିବାକୁ ମିଳୁଛି। ଟେଣ୍ଡେର ଫିକ୍ସିଂ ପରେ ଏକ ମୋଟା ପ୍ରତିଶତ ଟଙ୍କା ଆଦାୟ ହେଉଛି।ଫିକ୍ସର ଆଦାୟ ମୋଟା ଅଙ୍କରେ ନେତାଙ୍କ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁ ହିସାବ କିତାବ ଦିଆଥିବା କହି ଟେଣ୍ଡେର ଫିକ୍ସ ପାଇଁ ବ୍ଲୁ ପ୍ରିଣ୍ଟ ଗୁପ୍ତ ସ୍ଥାନରେ ହୋଇଥିବା ଆଲୋଚନା ହେଉଛି।

ad-week
Leave A Reply

Your email address will not be published.