ବନ୍ଦୀ ଜ୍ୟୋତିଙ୍କୁ ଭେଟିବା ପରେ କାନ୍ଦୁଛନ୍ତି ବାପା

add-all

ହିସାର: ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯିବାର ପ୍ରଥମ ଦିନରେ ବାପା ହରିଶ ମାଲହୋତ୍ରା ଝିଅକୁ ଭେଟିବାକୁ ଜେଲରେ ଯାଇ ପହଞ୍ଚିଥିଲେ।
ଜ୍ୟୋତି ସେଣ୍ଟ୍ରାଲ ଜେଲର ବାରାକ ନମ୍ବର ୨ରେ ବନ୍ଦୀ ଅଛନ୍ତି।  ଝିଅକୁ ଭେଟି ବାହାରକୁ ଆସିବା ପରେ ବାପା ହରିଶ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିଲି। ଭେଟିବା ସମୟରେ ଝିଅ ବାରମ୍ବାର ମୋ‌ତେ କହୁଥିଲା କି ସେ ନିର୍ଦ୍ଦୋଷ । ଦୟାକରି ମୋତେ ଆଉ କିଛି ପଚାରନ୍ତୁ ନାହିଁ। କାରଣ କିଛି କହିବାକୁ ମୋର ଆଉ ଧୌର୍ଯ୍ୟ ନାହିଁ।  
ଗିରଫ ପରେ ଜ୍ୟୋତିଙ୍କ ୯ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗତ ସୋମବାର ହିସାର ପୁଲିସ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିଥିଲା, ଯେଉଁଠାରୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ପୁଲିସ ଅଧିକାରୀ ଶଶାଙ୍କ କୁମାର ସାୱନଙ୍କ କହିବାନୁସାରେ, ଜ୍ୟୋତି ସମ୍ବେଦନଶୀଳ ସାମରିକ, ପ୍ରତିରକ୍ଷା କିମ୍ବା ରଣନୈତିକ ଦିଗରେ କୌଣସି ସୂଚନା ପାଇଥିଲେ କି? କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ କିମ୍ବା କୌଣସି ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିଲେ କି ଏନେଇ କୌଣସି ପ୍ରମାଣ ଏଯାବତ ମିଳିନାହିଁ। କିନ୍ତୁ ମାଲହୋତ୍ରା ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟ ଭାବରେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ବିଷୟରେ ଅବଗତ ଥିଲେ ଏବଂ ସେମାନଙ୍କ ସହିତ ଯୋଗାଯୋଗରେ ଥିଲେ ଏହା ସ୍ପଷ୍ଟ ହୋଇଛି।’

ad-week
Leave A Reply

Your email address will not be published.