ଉଦ୍ଧାର ହେଲା ୪ ଟନ ବିସ୍ଫୋରକ ସାମଗ୍ରୀ, ସୁରକ୍ଷା ବାହିନୀ-ମାଓବାଦୀଙ୍କ ଗୁଳିବିନିମୟ ଜାରି…

add-all

ସୁନ୍ଦରଗଡ଼ //ବଣାଇ : ଉଦ୍ଧାର ହୋଇଛି ଲୁଟ ହୋଇଥିବା ୪ ଟନ ବିସ୍ଫୋରକ ସାମଗ୍ରୀ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିକୁ ପହଞ୍ଚିବା ପୂର୍ବରୁ ଗତ ୨୭ ତାରିଖ ଦିନ ଲୁଟ୍‌ ହୋଇଥିଲା ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ । ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି ଏହି ଲୁଟ ସାମଗ୍ରୀ । ସୁରକ୍ଷା ବାହିନୀର ଯବାନମାନେ ଏହାକୁ ସିଂହଭୂମ ଜିଲ୍ଲା ତିରିଲପୋଷି ଠାରେ ଜବତ କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀ ସହିତ ମାଓବାଦୀଙ୍କର ଗୁଳିବିନିମୟ ଜାରି ରହିଛି।

ସୁନ୍ଦରଗଡ଼ ବଡ଼ଗାଁରୁ ୨୭ ତାରିଖ ଦିନ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ିକୁ ମାଓବାଦୀମାନେ ଲୁଟ୍‌ କରିନେଇଥିଲେ । ଗାଡ଼ିକୁ ୩୦ରୁ ୪୦ ଜଣ ଅଜ୍ଞାତ ବ୍ୟକ୍ତି ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଇଛି । ଖଣି ପହଞ୍ଚିବାକୁ ଆଉ ଅଳ୍ପଦୂର ଥିବାବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ପାଖାପାଖି ୩୦ରୁ ଅଧିକ ଅଜ୍ଞାତବ୍ୟକ୍ତି ଗାଡ଼ିକୁ ଘେରି ଯାଇଥିଲେ।

ଏହାପରେ ସେମାନେ ଗାଡ଼ି ସହ ବିସ୍ଫୋରକକୁ ଲୁଟି ନେଇଥିଲେ। ଏହା ପରେ ଖଣି କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୁଲିସ ଗୋଟିଏ ଟିମ୍ ଗଠନକରି ଛାନ୍‌ବିନ୍‌ ଆରମ୍ଭ କରିଥିଲା। ଏହାପରେ ପୁଲିସ ଓ ସିଆର୍‌ପିଏଫ୍‌ ଟିମ୍‌ ସରଣ୍ଡା ଜଙ୍ଗଲରେ ନିଜର କୁମ୍ବିଂ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ସରଣ୍ଡା ଜଙ୍ଗଲରୁ ବି‌ସ୍ଫୋରକ ବୋଝେଇ ଗାଡ଼ିର ସନ୍ଧାନ ମିଳିଥିଲା।

ad-week
Leave A Reply

Your email address will not be published.