ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

youtube

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଆରମ୍ଭ କରିଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି।

କ୍ରାଇମବ୍ରାଞ୍ଚ ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ୍ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି । କାରଣ ନବ ଦାସ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ପ୍ରବୀଣ ଦେଓଙ୍କୁ କଲ କରିଥିଲା । କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଗୋପାଳ କଲ୍ କରିଥିଲେ ସେନେଇ ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ।

ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ କେଉଁମାନଙ୍କୁ ଜେରା କରିବ ସେନେଇ  ସ୍ପଷ୍ଟହୋଇ ନାହିଁ ।

Leave A Reply

Your email address will not be published.