ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

add-all

ମୁମ୍ବଇ: ଏକ ଗମ୍ଭୀର ଆର୍ଥିକ ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ଅଭିନେତା ଅରଶଦ ଓ୍ବାରସି। ଷ୍ଟକ୍ ବଜାରରେ ହେରଫେର ଅଭିଯୋଗରେ ଅରଶଦ ଓ୍ବାରସି, ତାଙ୍କ ପତ୍ନୀ ମାରିଆ ଗୋରେଟ୍ଟୀ ଏବଂ ଅନ୍ୟ ୫୭ ଜଣଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)। ଏ ସମସ୍ତଙ୍କୁ ଶେୟାର ବଜାରରେ ଟ୍ରେଡିଂ କରିବାରୁ ନିଷେଧ କରାଯାଇଛି। ଏଥିସହ ବଡ଼ ଧରଣର ଜରିମାନା ଲଗାଇବା ସହ ଅବୈଧ ରୋଜଗାର ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ସେବି ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଠକେଇ ‘ପମ୍ପ ଆଣ୍ଡ ଡମ୍ପ’ ସ୍କିମ ନାଁରେ କରାଯାଇଥିଲା। ଏଥିରେ କିଛି ଶେୟାରର ମୂଲ୍ୟ ପ୍ରଥମେ ଅପ୍ରାକୃତିକ ଭାବରେ ବୃଦ୍ଧି କରାଯାଇଥିଲା ଏବଂ ତା’ପରେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ବିକ୍ରୟ କରି ବିପୁଳ ଲାଭ ଅର୍ଜନ କରାଯାଇଥିଲା। ସାଧାରଣ ନିବେଶକମାନେ ଏହି ଶେୟାରରେ ନିବେଶ କରି ବହୁତ କ୍ଷତି ସହିଛନ୍ତି।

ad-week
Leave A Reply

Your email address will not be published.