ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ

youtube

ଭୁବନେଶ୍ୱର : ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।  ଆଜି ଚାକିରିରୁ ରିଟାୟର୍ଡ କରିଥାନ୍ତେ ।  ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଗତକାଲି ଚଢଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଥିଲା ।  ଘରୁ କେବଳ ନଗଦ ୨କୋଟି ୫୬ ଲକ୍ଷ ଟଙ୍କା ସହ ବୈକୁଣ୍ଠଙ୍କର ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟ ପ୍ଲଟ, ଦେଢକୋଟିରୁ ଅଧିକ ଟଙ୍କାର ଜମାରାଶି ମିଳିଥିଲା । ସେହିପରି ସେୟାର ଓ ମ୍ୟୁଚୁଆଲ ଫଣ୍ଡରେ ୨କୋଟି ୭୦ ଲକ୍ଷ ଟଙ୍କାର ନିବେଶ ରହିଥିବା ବେଳେ ଏକ କିଲୋ ଶହେ ଗ୍ରାମ ସୁନା , ୧୫ଟି ବିଦେଶୀ ଦାମୀ ଘଣ୍ଟା ରହିଛି। ଏବେ ବି ସଂପତ୍ତିର ଆକଳନ ଚାଲିଛି ।

୧୯୯୧ ସେପ୍ଟେମ୍ବର ୩୦ ତାରିଖରେ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ ପ୍ରଥମେ ଅନୁଗୁଳ ଜିଲ୍ଲା କଣିହା ବ୍ଲକର ପଞ୍ଚାୟତିରାଜ ବିଭାଗରେ ଯୋଗ ଦେଇଥିଲେ  । ୧୯୯୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାକିରି କରିବା ପରେ ୧୯୯୯ ଅକ୍ଟୋବର ୧୫ ତାରିଖରେ ଚାକିରି ନିୟମିତ ହୋଇଥିଲା । ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବେ ପିଡବଲ୍ୟୁଡିରେ ପୋଷ୍ଟିଂ ହୋଇଥିଲା  । ୨୦୧୨ ପର୍ଯ୍ୟନ୍ତ ସେ ତାଳଚେରରେ ରହିଥିଲେ  । ୨୦୧୪ରେ ପଦୋନ୍ନତି ସହ ଆସିଷ୍ଟାଣ୍ଡ ଏକଜ୍ୟୁକ୍ୟୁଟିଭ ଇଞ୍ଜିନିୟର ଭାବେ ଆଠମଲ୍ଲିକ ଆରଡି ସବଡିଭିଜନକୁ ବଦଳି ହୋଇଥିଲା । ୨୦୧୬ ଅକ୍ଟୋବରରେ ଏକଜ୍ୟୁକ୍ୟୁଟିଭ ଇଞ୍ଜିନିୟର ପୋଷ୍ଟକୁ ପଦୋନ୍ନତି ହୋଇଥିଲା  । ୨୦୨୩ ଜାନୁଆରୀରେ ଆଡିସିନାଲ ଚିଫ ଇଞ୍ଜିନିୟର ଓ ଚଳିତବର୍ଷ ଫେବୃଆରୀ ମାସରୁ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ।

Leave A Reply

Your email address will not be published.