
ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍ ହେଗସେଠ୍। ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ନିଜ କବଜାକୁ ନେବା ଲାଗି ପ୍ରସ୍ତୁତି ଚଳାଇଛି। ଏପରି ହେଲେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଡ଼ ଧରଣର ସାମରିକ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ପେଟ୍ କହିଛନ୍ତି।
ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗରି-ଲା ନିରାପତ୍ତା ଆଲୋଚନା ବେଳେ ପେଟ୍ କହିଛନ୍ତି, ଉପରଠାଉରିଆ ଭାବେ ଆମେ ଏହା କହୁନାହୁଁ। ଚୀନଠାରୁ ଏଭଳି ବିପଦ ବାସ୍ତବ ଏବଂ ନିକଟ ଭବିଷ୍ୟତରେ ଏଭଳି ସଙ୍କଟ ଉପୁଜିପାରେ। ସେ ଅଭିଯୋଗ କରିଛନ୍ତି ଯେ, ତାଇଓ୍ବାନ ଉପରେ ଅତର୍କିତ ଆକ୍ରମଣ କରିବା ଲାଗି ଚୀନ କେବଳ ସାମରିକ ଶକ୍ତିର ଅଭ୍ୟାସ କରୁନାହିଁ। ବରଂ ଏଥିପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଚାଲିଛି। ତାଇଓ୍ବାନକୁ ଚାରିପଟୁ ଅବରୋଧ କରିବା ଲାଗି ସଭରାଭ୍ୟାସ କରୁଛି। ଖୁବଶୀଘ୍ର ଚୀନ ଆକ୍ରମଣ କରିବ ବୋଲି ସେ କହିଛନ୍ତି।