ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ଗାଡି ଭାଙ୍ଗିଲେ ବାଲି ମାଫିଆ

youtube

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ ବେଳେ ଥାନାକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବଞ୍ଚିଗଲା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ ଜୀବନ ।

ଖବର ମୁତାବକ, ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ଅଟକାଇ ଧମକ ଦେଇଥିଲେ । ଏହାପରେ ଭୀମକାନ୍ତ ମାଝୀ ବାହାରି କପ୍ତିପଦା ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ତାଙ୍କ ଗାଡିକୁ ଇଟା ଓ ପଥର ମାଡ଼ ମାରିବା ସହିତ ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାରିବା ସହିତ ମାଡ଼ ମଧ୍ୟ ମାରିଥିଲେ ।

ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମାଫିଆ ମାନେ । ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.