
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଛୁଆର ମୃତ୍ୟୁ । ମୃତ ବାଘ ଛୁଆ ଶରୀରରେ ମାର୍ଚ୍ଚରୁ ପଙ୍ଗୁ ହେବାର ଲକ୍ଷଣ ଦେଖାଯାଇଥିଲା । ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ ନିଆଯାଉଥିଲା ।
ଗତବର୍ଷ ନଭେମ୍ବର ୨ରେ ରୁପାର ୩ ଗର୍ଭରୁ ୪ଟି ଶାବକ ଜନ୍ମ କରିଥିଲା । ଗତ ଶନିବାର ରାତିରେ ବାଘ ଛୁଆର ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତ ।
ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି । ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା ବାଘ ଓ ୪ଟି ମେଲାନିଷ୍ଟିକ୍ ବାଘ ରହିଛନ୍ତି । ରୁପାର ଅନ୍ୟ ଛୁଆମାନଙ୍କରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି । ରୋଗ ବିରୋଧରେ ସ୍କ୍ରିନିଂ ଓ ଚିକିତ୍ସା ଜାରି ରହିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।