ଆସିକା MPCS ର ବହୁ ମୂଲ୍ୟବାନ ଜମି ଲିଜର ଗୁମର ଖୋଲିବାକୁ ସରକାରଙ୍କ ଏତେ ଭୟ କାହିଁକି….?

କୋଟି କୋଟି ଟଙ୍କାରେ ହୋଇଛି ଡିଲ…!

add-all

ସିବିଆଇ ଦ୍ଵାରା ଯାଞ୍ଜ ହେଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ……!


ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଆସିକା ସମବାୟ ନଗରୀ ଭାବେ ପୂର୍ବେ ପରିଚିତ ଥିଲା। ଆସିକା ଅଞ୍ଚଳରେ ଥିବା ବହୁ ସମବାୟ ଅନୁଷ୍ଠାନ ରାଜନୈ ତିକ ନେତାଙ୍କ ଯୋଗୁଁ ଯୋଗୁଁ ତାଲା ଝୁଲୁଛି। ଗତ ସାଧାରଣ ନିର୍ବାଚନର ଆଭାସ ମିଳିବା ପରେ ଆସିକା MPCS ର ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାଙ୍ଗରେ ଏକ ବଡ଼ ଡ଼ିଲ ହୋଇଥିବା ନେଇ ପ୍ରତିବାଦ ସହ ଆଲୋଚନା ହୋଇଥିଲା। ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି (ACMPCS) ର ବହୁ ମୂଲ୍ୟବାନ ଜମି କୁ ଚାଷୀଙ୍କ ହିତ ପାଇଁ ଥିବା ଜମିକୁ ଅତି ତରବରିଆ ଭାବେ ତତ୍କାଳୀନ ଜିଲ୍ଲାପାଳ ୯୯ ବର୍ଷିଆ ପାଇଁ ଲିଜ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆସିକା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ତରଙ୍ଗିନୀ ଲେର ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ମାତ୍ର ୨ କୋଟି ୬୨ ଲକ୍ଷ ଟଙ୍କାରେ ୯୯ ବର୍ଷ ପାଇଁ ଲିଜରେ ସୂତ୍ରରେ ଦିଆଯାଇଛି। ଉକ୍ତ ସଂସ୍ଥାର ହାତକୁ ବହୁ ମୂଲ୍ୟବାନ ଜମି ଟେକିଦେବା ପରେ ସେଠାରେ ଦୀର୍ଘ ଦଶନ୍ଧି ଧରି ବସବାସ କରିଆସୁଥିବା ଗରିବ ଲୋକଙ୍କୁ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ଦେଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ଆସିକାର ବିଧାୟିକା ମଞ୍ଜୁଳା ସ୍ୱାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ପ୍ରକ୍ରିୟା ହେବ ଵୋଲି ପ୍ରତିଶୃତିବି ମିଳିଥିଲା। ଆସିକାରେ ଗତ ସାଧାରଣ ନିର୍ବାଚନ ବେଳେ ନୂଆମୁହଁ ଦିଆଯିବ ବୋଲି ଚର୍ଚ୍ଚା ହେବା ପରେ MPCS ର ତଦନ୍ତ ନାଲି ଫିତା ତଳେ ରହିଗଲା। ବିରୋଧ କରିବାର ମୂଲ୍ୟ ଦଳକୁ ଦେବାକୁ ପଡ଼ିଲା ବୋଲି ରାଜନୈତିକ ମହଲ ରେ ଆଲୋଚନା ବି ହୋଇଥିଲା। ନୂତନ ସରକାର ଆସିବା ପରେ ଆସିକା ବିଧାୟକ ବିଧାନସଭା ରେ ତୁମ୍ବି ତୋଫାନ କରି ପ୍ରଥମେ ଖମା ନାଳ ଆସିକା ମାନ ଚିତ୍ରରେ ହଜିଯିବା ସମ୍ପର୍କ ରେ ପ୍ରଶ୍ନ କରିଥିଲେ। ତାପରେ PMCS ର ବହୁ ମୂଲ୍ୟବାନ ଜମିକୁଶାଗ ମାଛ ଦରରେ ଲିଜ ଦେଇଥିବା ନେଇ ବିଧାନସଭା ରେ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଏହି ଜମିକୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହେଉଥିବା ଚର୍ଚ୍ଚା ଜୋର ଧରିଛି। କେବଳ ଆସିକା MPCS ନୁହଁ ଗଞ୍ଜାମ ଜିଲ୍ଲାର ଅନେକ ମୂଲ୍ୟବାନ ଜମି ତତ୍କାଳୀନ ସରକାର ଶାଗ ମାଛ ଦରରେ ଲିଜ ଦେଇଥିବା ଗୁମର ମଧ୍ୟ ଅତି ଶୀଘ୍ର ଲୋକଲୋଚନ କୁ ଅଣାଯିବ ……

ad-week
Leave A Reply

Your email address will not be published.