ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ବୁଲିପାରିବେ ପର୍ଯ୍ୟଟକ

youtube

ସମ୍ବଲପୁର: ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ ଜାରି ହୋଇଥିବା କଟକଣାକୁ ଆଜି ପ୍ରତ୍ୟାହର କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ଆସିପାରିବେ ପର୍ଯ୍ୟଟକ । ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ନିଷିଦ୍ଧାଞ୍ଚଳକୁ ଛାଡି ବାକି ସ୍ଥାନଗୁଡିକରେ ପର୍ଯ୍ୟଟକମାନେ ବୁଲିପାରିବେ l ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ କଟକଣା ଲଗାଯାଇଥିଲା । ଅପରେସନ ସିନ୍ଦୂର ପାଇଁ ଲାଗିଥିବା ଏହି କଟକଣା ଯୋଗୁଁ ପର୍ଯ୍ୟଟକ ହୀରାକୁଦ ବୁଲିବାକୁ ଯାଇପାରୁ ନଥିଲେ । କିନ୍ତୁ ବର୍ତ୍ତମାନ ଏହି କଟକଣାକୁ ହଟାଇ ଦିଆଯାଇଥିବା ନେଇ ସେ କହିଛନ୍ତି ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡା ଜବାବ ଦେଇଥିଲା ଭାରତ । ପିଓକେ ରୁ ଶହେ କିଲୋମିଟର ଭିତରେ ପଶି ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ରକ୍ତମୁଖା ହୋଇ ଅସ୍ତ୍ରବିରତୀ ଉଲ୍ଲଘଂ କରି ଡ୍ରୋନ୍ ଆକ୍ରମଣ କରିଥିଲା । ଆଉ ଏହାର ମଧ୍ୟ ଉଚିତ୍ ଜବାବ ଦେଇଥିଲେ ଭାରତୀୟ ସେନା । ଆଉ ଏହାପରେ ଦେଶ ସମେତ ରାଜ୍ୟର ଅନେକ ପ୍ରମୁଖ ସ୍ଥାନ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ସେଥିମଧ୍ୟରେ ହୀରାକୁଦ ଜଳ ଭଣ୍ଡାରକୁ ପର୍ଯ୍ୟଟକଙ୍କ ପ୍ରମଣ ପାଇଁ କଟାକଣା ଲାଗୁ ହୋଇଥିଲା । ଯାହାକୁ ଏବେ ହଟାଇ ଦିଆଯାଇଛି ।

Leave A Reply

Your email address will not be published.