୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ନୃଶଂସ ବାପା

add-all

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଥିବା ଜଣାପଡିଛି ।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର କଙ୍କଡାହାଡ଼ ଥାନା କଣ୍ଟାପାଳରେ ପରିବାର ସହିତ ରହି ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତ କିଛି ମାସ ହେବ କୈାଣସି କାମଧନ୍ଦା ନକରି ସେ ଘରେ ବସି ରହୁଥିଲେ।ଗତକାଲି ପତ୍ନୀ ଜନନୀ ମୁଣ୍ଡା ସହ ଡିଲର ପାଖକୁ ଚାଉଳ ଆଣିବାକୁ ଯାଇ ଫେରିବା ବେଳେ ବାଟରେ ଉଭୟ ଝଗଡ଼ା ଲାଗିଥିଲେ । ଝଗଡା ଲାଗିବା ପରେ ମଦ୍ୟପ ସଞ୍ଜୟ ନିଜର ୭ମାସର ଶିଶୁ କନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା । ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଛି ।

ଏପଟେ ସ୍ବାମୀର ନୃଶଂସ କାଣ୍ଡ ଦେଖି ଛୁଆକୁ ରକ୍ଷା କରିବାକୁ ସ୍ୱାମୀ ପେଟରେ କାଚ ବୋତଲ ଭୁସିଦେଲା ସ୍ତ୍ରୀ । ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ad-week
Leave A Reply

Your email address will not be published.