କମଲଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

add-all

ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି।

ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ “ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର ନାହିଁ। ତୁମେ କମଲ ହାସନ ହୁଅ କି, ଅନ୍ୟ କେହି ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ। ଯଦି ଆପଣ କାହାକୁ ଆଘାତ ଦେଇଛନ୍ତି, ତେବେ କ୍ଷମା ମାଗନ୍ତୁ। କର୍ଣ୍ଣାଟକରୁ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରିବ। ଯଦି ଆପଣଙ୍କୁ କନ୍ନଡ ଲୋକଙ୍କ ଆବଶ୍ୟକତା ନାହିଁ, ତେବେ ଏଠାରୁ ରୋଜଗାର କରିବା ବନ୍ଦ କରନ୍ତୁ।”

କିଛିଦିନ ତଳେ କମଲ ତାଙ୍କ ଆଗାମୀ ଫିଲ୍ମ ‘ଠଗ୍ ଲାଇଫ୍’ର ଅଡିଓ ଲଞ୍ଚ ସମୟରେ ତାମିଲ ଭାଷାରୁ କନ୍ନଡ଼ ଭାଷା ଜନ୍ମିତ ହୋଇଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପାଇଁ କମଲ କ୍ଷମା ନ ମାଗିବା ପର୍ଯ୍ୟନ୍ତ କର୍ଣ୍ଣାଟକରେ ‘ଠଗ୍‌ ଲାଇଫ୍‌’କୁ ରିଲିଜ୍ କରାଇ ଦିଆଯିବ ନାହିଁ ବୋଲି କେଏଫ୍‌ସିସି ପୂର୍ବରୁ ଘୋଷଣା କରିଥିଲା।

ଅଭିନେତା କମଲ ହାସନ ଏହି ମାମଲାରେ କ୍ଷମା ମାଗିବାକୁ ରୋକଠୋକ ମନା କରି କହିଥିଲେ,‘ଏକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମୁଁ ଏହି ମନ୍ତବ୍ୟ ଦେଇଥିଲି।’

ad-week
Leave A Reply

Your email address will not be published.