ମଣିପୁରର ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

add-all

ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ କରିଦେଇଛନ୍ତି। ୫ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି। ଉତ୍ତେଜନା ସୃଷ୍ଟିକାରୀ ବିଷୟବସ୍ତୁକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରାଯାଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ୫ ଜିଲା ହେଉଛି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥଉବଲ, କାକଚିଂ ଏବଂ ବିଷ୍ଣପୁର।

ସୂଚନା ଅନୁସାରେ, ହିଂସା ସୃଷ୍ଟିକାରୀ ମୈତେଇ ସମ୍ପ୍ରଦାୟର କିଛି ନେତାଙ୍କୁ ପୁଲିସ ଗିରଫ କରିଛି। ଯାହାଫଳରେ ଅସାମାଜିକ ତତ୍ତ୍ଵମାନେ ହିଂସା ଜରିଆରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ଆଶଙ୍କା ରହିଛି। ସେମାନେ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରିବା ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

ad-week
Leave A Reply

Your email address will not be published.