ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ୍‌

add-all

ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ମୋହନ ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟରେ ପରିଣତ ହେଲେ ଅନ୍ୟ ଜିଲ୍ଲାରୁ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା ଲୋକଙ୍କୁ ସାମୟିକ ସମୟ ପାଇଁ ରହିବା ଓ ଫ୍ରେସ୍‌ ହେବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ରାଜସ୍ୱମନ୍ତ୍ରୀ କହିଛନ୍ତି ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟ ସେବା ,ଶିକ୍ଷା ଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏଠି ରହିବା ପାଇଁ ସେମାନେ ହୋଟେଲ୍‌ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ୍‌ ହାଉସ ପ୍ରସ୍ତୁତ ହେବ। ଏହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ।

ପ୍ରତି ଜିଲ୍ଲା ପାଇଁ ୧୦୦ କୋଠରୀ ବିଶିଷ୍ଟ ଗେଷ୍ଟ୍‌ ହାଉସ୍‌ ହେବ। ୩୦ ଜିଲ୍ଲା ପାଇଁ ୩୦୦୦ କୋଠରୀ। ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ।

ad-week
Leave A Reply

Your email address will not be published.