ସରିଲା ରିଙ୍କୁ ସିଂହ- ପ୍ରିୟା ସରୋଜଙ୍କ ନିର୍ବନ୍ଧ, ନଭେମ୍ବରରେ ହେବ ବିବାହ

add-all

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ସରିଛି। ରବିବାର ଲକ୍ଷ୍ନୌର ସେଣ୍ଟ୍ରାଲ ହଲ୍‌ରେ ଉଭୟଙ୍କ ପରିବାରବର୍ଗ ଓ ଅତିଥିଙ୍କ ଗହଣରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ନିର୍ବନ୍ଧ ପାଇଁ ୩୦୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିବାବେଳେ, ଏହି ଅତିଥିଙ୍କ ମଧ୍ୟରେ ରହିଛନ୍ତି ଅଖିଳେଶ ଯାଦବ, ଜୟା ବଚ୍ଚନ, ସପା ନେତା ରାମଗୋପାଳ ବର୍ମା, ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ଶିବପାଳ ସିଂହ ଯାଦବ, ସାଂସଦ ଜିୟା ଉର୍ ରହମାନ ବର୍କ, ସାଂସଦ ଧର୍ମେନ୍ଦ୍ର ଯାଦବ ଏବଂ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ସମେତ ଅନେକ ନାମୀ ଲୋକ।

ସୋସିଆଲ ମିଡିଆରେ ଦୁହିଁଙ୍କ ନିର୍ବନ୍ଧ ସମୟର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ନିର୍ବନ୍ଧରେ ପ୍ରିୟା ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧିଥିଲେ। ସେହିଭଳି ରିଙ୍କୁ ସିଂହ ଡିଜାଇନର କୁର୍ତ୍ତା ଏବଂ ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି। ନିର୍ବନ୍ଧ ପାଇଁ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା। ଅତିଥିଙ୍କୁ ସ୍ବତନ୍ତ୍ର ପାସ୍ ଦିଆଯାଇଥିଲା। ହୋଟେଲ ନିକଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନଭେମ୍ବର ୧୮ରେ ଉଭୟଙ୍କ ବିବାହ ହେବ।

ad-week
Leave A Reply

Your email address will not be published.