
ଜିଲ୍ଲାପାଳ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଟି ଲିଜରେ ଜମି ଦେଇ ଏତେ ଅନୁକମ୍ପା ଦେଖାଇଲେ କାହିଁକି….?

ଜମି ଲିଜ ପଛରେ କୋଟି କୋଟି ଟଙ୍କାର ଖେଳ ….!
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଆସିକା ସମବାୟ ନଗରୀ ଭାବେ ପୂର୍ବେ ପରିଚିତଥିଲା।ଗତ ସାଧାରଣ ନିର୍ବାଚନର ଆଭାସ ମିଳିବା ପରେ ଆସିକା MPCS ର ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାଙ୍ଗରେ ଏକ ବଡ଼ ଡ଼ିଲ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି (ACMPCS) ର ବହୁ ମୂଲ୍ୟବାନ ଜମି କୁ ଚାଷୀଙ୍କ ହିତ ପାଇଁ ଥିବା ଜମିକୁ ଅତି ତରବରିଆ ଭାବେ ତତ୍କାଳୀନ ଜିଲ୍ଲାପାଳ ୯୯ ବର୍ଷିଆ ପାଇଁ ଲିଜ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆସିକା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ତରଙ୍ଗିନୀ ଲେର ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ମାତ୍ର ୨ କୋଟି ୬୨ ଲକ୍ଷ ଟଙ୍କାରେ ୯୯ ବର୍ଷ ପାଇଁ ଲିଜରେ ଦିଆଯାଇଛି। ବିଧାନସଭା ରେ ଆସିକା ବିଧାୟକ ପ୍ରଶ୍ନ କରି ଚୁପଚାପ ରହିଗଲେ କାହିଁକି ବୋଲି ଏବେ ଆସିକା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି। ଏହି ଜମି ଲିଜ ସମ୍ପର୍କ ରେ ବିଜେଡ଼ି କୁ ବିଜେପି ମଧ୍ୟ ଫୋଲୋ କରୁଥିବା ଆଲୋଚନା ହେଲାଣି। ପ୍ରକାଶ ଥାଉକି ଗୋଟେ ବ୍ୟକ୍ତିଙ୍କୁ ACMPCS ର ଦୁଇ ଦୁଇଟି ଜମି ହସ୍ତାନ୍ତର କରିବାର ରହସ୍ୟ କଣ..? ପ୍ରଥମେ କବିସୂର୍ଯ୍ୟନଗର କେନ୍ଦ୍ର ସ୍ଥଳୀରେ ଥିବା ଇଲେଲକ୍ଟ୍ରି ସଵ ଷ୍ଟେସେନ ସମୁଖରେ ଥିବା ଜମି ଲିଜ ଦିଆହେଲା ତାପରେ ଆସିକାର ଏହି ଜମି ଲିଜ ସେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି। ଏହି ଖବର ନିସର୍ତ୍ତ ରେ ରୀତିମତ ପ୍ରକାଶ ହେବାପରେ ଆସିକା ଲୋକସଭା କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା ଏହି ଜମି ଲିଜକୁ ନେଇ ତରବରିଆ ନିଷ୍ପତ୍ତି ସମ୍ପର୍କ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନ ସ୍ୱାର୍ଥ ମାମଲା କରିବାକୁ ସଜବାଜ ହେଉଥିବା ଜଣା ପଡିଛି। ଦେଖାଯାଉ ତଦନ୍ତ କେଉଁ ଦିଗକୁ ଯାଉଛି ତାହା ସମୟ କହିବ……କ୍ରମଶଃ……