ସୀମାନ୍ତ ରେ ନକ୍ସଲଙ୍କ ବର୍ବର କାଣ୍ଡ : ଅତିରିକ୍ତ ଏସପି ଆକାଶ ରାଓ ସହିଦ, ଦୁଇ ଗୁରୁତର..

add-all

ମାଲକାନଗିରି ୦୯/୦୬: ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଟାରେ ଆଇଇଡି ବିସ୍ଫୋରଣ । ନକ୍ସଲଙ୍କ ଖଞ୍ଜି ଥିବା ଆଇଇଡି ହଠାତ୍ ବିସ୍ଫୋରଣ ହେବାରୁ ଅତିରିକ୍ତ ଏସପି ଆକାଶ ରାଓ ସହିଦ ହୋଇଛନ୍ତି। କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ବେଳେ ଏଭଳି ଅଘଟଣ ଘଟିଛି। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି ।

ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଏରାବୋରା ଅଞ୍ଚଳରେ ପୋଲିସ ଦଳ ପେଟ୍ରୋଲିଂରେ ବାହାରିଥିଲେ। ଏହି ପାଟ୍ରୋଲିଂରେ ଅତିରିକ୍ତ ଏସପି ଆକାଶ ରାଓଙ୍କ ସହ କୋଣ୍ଟା ପୁଲିସ୍ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ସାମିଲ୍ ହୋଇଥିଲେ। ପାଟ୍ରୋଲିଂ ଚାଲିଥିବା ବେଳେ କୋଣ୍ଟା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ହଠାତ୍ ବିସ୍ଫୋରଣ କରିଥିଲା । ଯେଉଁଥିରେ ଅତିରିକ୍ତ ଏସପି ଆକାଶ ରାଓ ଗୁରୁତର ନିହତ ହୋଇଥିଲେ । ସେହିପରି ଏଥିରେ ଅନ୍ୟ ଜଣେ ଯବାନ ଓ ଅଧିକାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅତିରିକ୍ତ ଏସପି ଆକାଶ ରାଓ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷା ବାହିନୀ ।

ad-week
Leave A Reply

Your email address will not be published.