ନୟାଗଡ ଜିଲ୍ଲା ଶରଣକୁଳ ଥାନାରେ ଆଦାୟ ପ୍ରବଳ କାମ ଦୁର୍ବଳ….!

ଜିଲ୍ଲାର ଗୁଡ ମାଠିଆ ସରଣକୁଳ ଥାନା..!

youtube

ମାଫିଆ ମାନଙ୍କୁ ମିଳୁଛି ଜ୍ୱାଇଁ ପୁଅ ମର୍ଯ୍ୟାଦା……!

ଗଞ୍ଜେଇ. ଚୋରା ମଦ ର ହବ ହେଉଛି ଶରଣକୂଳ ଥାନା ଅଞ୍ଚଳ…!
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ରେ ଆଦାୟ ପ୍ରବଳ କାର୍ଯ୍ୟ ଦୁର୍ବଳ ବୋଲି ଲୋକେ କହିଲେଣି। ଥାନାରେ ସାଧାରଣ ଲୋକ ଅଭିଯୋଗ କଲେ ମିଳୁନି ନ୍ୟାୟ ଅଭିଯୋଗ କାରୀଙ୍କ ନାଁ ରେ କାଉଣ୍ଟର କେଶ କରିବାକୁ ପୋଲିସ ପ୍ରବାର୍ତ୍ତାଉଥିବା ମଧ୍ୟ ଅଭିଯୋଗ ହେଉଛି।ମାଫିଆ ମାନଙ୍କ ଓ ଦଲାଲ ମାନଙ୍କ ଏହି ଥାନା ଏବେ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି l ସଧାରଣ ଲୋକଙ୍କୁ ନ୍ୟାୟ ମିଳୁ ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଥାନା ମାନଙ୍କ ରେ ଲାଗିଛି ସି ସି ଟିଭି ଯାହା ଧର୍ମକୁ ଆଖିଠାର ସଦୃଶ୍ୟ ଜଦି ଜିଲ୍ଲା ଆରକ୍ଷୀ ଅଧିକାରୀ ଲାଗିଥିବା ସି ସି ଟିଭି ଯାଞ୍ଚ କରନ୍ତେ ତେବେ ଅନେକ ତଥ୍ୟ ପଦାକୁ ଆସନ୍ତା ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରୁ ଚୋରା ମଦ ଏବଂ ଗଞ୍ଜେଇ ଶରଣ କୁଳ ଥାନା ଅଞ୍ଚଳ କୁ ଯାଉଥିବା ମଧ୍ୟ ପ୍ରମାଣିତ ହୋଇଛି ଏଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁ ଗଞ୍ଜେଇ ଓ ମଦ ଯାଇ ଖୁଲାମ ଖୁଲା ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ମାଫିଆ ମାନଙ୍କ ଭୂସ୍ବର୍ଗ ପଲୋଟିଛି ଶରଣକୂଳ କହିଲେ କିଛିବି ଭୁଲ ହେବ ନାହିଁ l କିନ୍ତୁ ଥାନା ବାବୁଙ୍କ ଏଥିପ୍ରତି ଦୃଷ୍ଟି ନାହିଁ କାରଣ ମାଫିଆ ମାନଙ୍କ ଠାରୁ ପାଉଛନ୍ତି ମୋଟା ଅଙ୍କର ଘୁସ ବୋଲି ଚର୍ଚ୍ଚା ହେଉଛି l କେବଳ ମଦ କିମ୍ବା ଗଞ୍ଜେଇ ନୁହଁ ଅଞ୍ଚଳ ରେ ମଧ୍ୟ ଚାଲିଛି ଜୁଆ ଖେଳ ଯାହାକି ପୋଲିସ ର ଇଙ୍ଗତ ରେ ଚାଲିଥିବା ଶୁଣିବାକୁ ମିଳୁଛି l ଏଠାରେ ସାଧାରଣ ଲୋକଙ୍କୁ ମିଳୁନି ନ୍ୟାୟ ଏତଲା ଦେବାକୁ ଗଲେ ଏତଲା ଗ୍ରହଣ କରିବା ପରେ ଯେଉଁ ବ୍ୟକ୍ତିଙ୍କ ନାଁ ରେ ଅଭିଯୋଗ କରାଯାଇଛି ସେ ବ୍ୟକ୍ତିଙ୍କ ଠାରୁ ଅର୍ଥ ନେଇ କାଉଣ୍ଟର କେଶ ଦେଇ ଅଭିଯୋଗ କାରୀଙ୍କ ଉପରେ ଚାପ ପ୍ରୟୋଗ କରିବା ଏକ ସାଧାରଣ ଘଟଣା ହୋଇ ଥିବା ଅଭିଯୋଗ ହେଉଛି। କେଶ ରୁଜୁ କରି ଅପରାଧି ମାନଙ୍କୁ ଅଦାଲତ ରୁ ବେଲ ଆଣିବା ପାଇଁ ସୁଯୋଗ ଦେଇ ଫେରାର ଥିବା ଦର୍ଶାଯାଉ ଥିବା ଅଭିଯୋଗ ହେଉଛି। ଦଲାଲ ମାନଙ୍କ ଇଙ୍ଗିତ ରେ ଥାନା ଚାଲୁଥିବା ଯୋଗୁଁ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନାହିଁ ଏବଂ ଭୟ ମଧ୍ୟ କରୁଛନ୍ତି। କୁଆଡ଼େ ଏହି ଥାନାରେ ମାଫିଆ ମାନେ ପୋଲିସ ର ଗେଲ୍ହା ପୁଅ ସାଜିଛନ୍ତି। ସରକାର ଶରଣକୁଳ ଥାନାକୁ ଏକ ଆଦର୍ଶ ଥାନା ର ପୁରସ୍କାର ଦେବାକୁ ଚାହା ଖଟିରେ ଲୋକେ ଚର୍ଚ୍ଚା କରୁଛନ୍ତି। ସୂଚନା ଥାଉକି ସରକାର ଲୋକଙ୍କ ସେବା ପାଇଁ ଥାନା ଅଧିକାରୀ ମାନଙ୍କୁ ଏକ ମୋବାଇଲ ନୁମ୍ବର ଦିଆଯାଇଛି କିନ୍ତୁ ଏଠାରେ ବିଚିତ୍ର ନିୟମ ଦେଖିବାକୁ ମିଳୁଛି ଏହି ଥାନା ବାବୁ କୌଣସି ଲୋକ ଫୋନ କଲେ ଫୋନ ଉଠାଉ ନାହାନ୍ତି ଜଦି ଭୁଲ ରେ ଉଠାଇ ଦିୟନ୍ତି ତେବେ ଦେଖାଉଛନ୍ତି ନାଲି ଆଖି ବୋଲି ଅଭିଯୋଗ ଆସୁଛି l ବର୍ତ୍ତମାନ ବାବୁ ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବସି ଛୁଟି କଟାଇବାକୁ ଆସିବା ପରି ଦାୟିତ୍ୱ ତୁଲାଉଛନ୍ତି ବୋଲି ଶୁଣିବାକୁ ମିଳୁଛି l ଅଞ୍ଚଳ ରେ ନା ହେଉଛି ପେଟ୍ରୋଲିଙ୍ଗ ନା ଦେଉଛି ସାଧାରଣ ଲୋକଙ୍କୁ ସୁରକ୍ଷା l ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.