ସନ୍ଦେହ ଘେରରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ଯୁବତୀଙ୍କ ଚକ୍ଷୁଦାନ କଲେ ପରିବାର….

add-all


ହିଞ୍ଜିଳିକାଟୁ, ତା ୯।୬(): ହିଞ୍ଜିଳି ପୁଲିସ ସୋମବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି। ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ଗୋପବନ୍ଧୁମାର୍ଗ ଅଞ୍ଚଳର ବର୍ଷା ବେହେରା (୨୦) ।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।‌ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଯେ, ଯୁବତୀ ଜଣଙ୍କ ରବିବାର ରାତ୍ର ଭୋଜନ ସାରି ଶୋଇପଡ଼ିଥିଲେ। ସୋମବାର ସକାଳେ ଉଠି ଘରର କାମ କରୁଥିବା ବେଳେ ହଠାତ୍ ରକ୍ତ ବାନ୍ତି କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ମୃତ ଯୁବତୀଙ୍କ ବାପା ମହେଶ୍ବର ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରିବାର ଲୋକେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତ ଯୁବତୀଙ୍କ ଚକ୍ଷୁଦାନ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।‌

ad-week
Leave A Reply

Your email address will not be published.