ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଚିଠି

add-all

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏଏସଆଇକୁ ଚିଠି ଲେଖିଛନ୍ତି। ରଥଯାତ୍ରା ସମୟରେ (ଆସନ୍ତା ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ) ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ଶେଷ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ରତ୍ନଭଣ୍ଡାରର ଗୁରୁତ୍ବ ଦୃଷ୍ଟିରେ ଅଗ୍ରାଧିକାର ଭିତ୍ତିରେ କାମ ଶେଷ କରିବାକୁ କୁହାଯାଇଛି। ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।
ଏପଟେ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ଶେଷ କରାଯିବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ପରିଚାଳନା ନେଇ ବୈଠକ ବସିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତାପତି, ସମସ୍ତ ବାଡ଼ଗ୍ରାହୀ ଓ ନିଯୋଗର ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.