ଆମେରିକାରେ ଦୁଇ ସାଂସଦଙ୍କୁ ଗୁଳିକାଣ୍ଡ

add-all

ୱାଶିଂଟନ: ଦୁଇ ଆମେରିକୀୟ ସାଂସଦ – ସେନେଟର ଜନ୍ ହଫମ୍ୟାନ୍ ଏବଂ ରିପ୍ରେଜେଣ୍ଟେଟିଭ ମେଲିସା ହର୍ଟମ୍ୟାନ୍ – ସେମାନଙ୍କ ଜୀବନ ସାଥୀଙ୍କ ସହିତ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ସ୍ଥିତ ସେମାନଙ୍କ ଘରେ ଗୁଳି ମାଡ଼ ହୋଇଛି । ଏଥିରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ବିଷୟରେ କୌଣସି ସୂଚନା ନାହିଁ। ଫକ୍ସ ନ୍ୟୁଜର ରିପୋର୍ଟ ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ପୁଲିସ ଅଧିକାରୀ ଭାବରେ ପରିଚୟ ଦେଇ ଆସିଥିଲେ। ହର୍ଟମାନ ଜଣେ ଡେମୋକ୍ରାଟଭାବେ ଡିଷ୍ଟ୍ରିକ୍ଟ ୩୪-ବିର ପ୍ରତିନିଧିତ୍ବ କରନ୍ତି ଓ ହଫମ୍ୟାନ ସିନେଟ ଡିଷ୍ଟ୍ରିକ୍ଟ ୩୪ ର ପ୍ରତିନିଧିତ୍ବ କରନ୍ତି ।
ଗୁଳିକାଣ୍ଡ ପରେ ମିନେସୋଟାରେ ଜରୁରୀକାଳୀନ ପ୍ରତିକ୍ରିୟା ସକ୍ରିୟ କରାଯାଇଛି ଏବଂ ସମସ୍ତ ଅଧିକାରୀମାନେ ହାଇ ଆଲର୍ଟରେ ଅଛନ୍ତି। ମିନେସୋଟା ରାଜ୍ୟପାଳ ଟିମ୍ ୱାଲ୍ଜ କହିଛନ୍ତି, “ଆଜି ସକାଳେ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ପାର୍କରେ ଗୁଳିକାଣ୍ଡ ସହିତ ଜଡିତ ପରିସ୍ଥିତି ବିଷୟରେ ମୋତେ ସୂଚନା ଦିଆଯାଇଛି।” ପରବର୍ତ୍ତୀ ପୋଷ୍ଟରେ, ୱାଲ୍ଜ କହିଛନ୍ତି, “ମୁଁ ରାଜ୍ୟ ଜଏମର୍ଜେନ୍ସି ଅପରେସନ୍ସ ସେଣ୍ଟରକୁ ସକ୍ରିୟ କରିଛି। ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ଏବଂ ଶୀଘ୍ର ଅଧିକ ସୂଚନା ସେୟାର କରିବୁ।”

ad-week
Leave A Reply

Your email address will not be published.