ମାଲକାନଗିରି ବ୍ଲକ ଅର୍ନ୍ତଗତ ଚାଲାଣଗୁଡ଼ା ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

add-all

ମାଲକାନଗିରି : ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ‘ବର୍ଷ ଏକ ଉପଲବ୍ଧି ଅନେକ’ ଏହି ଥିମ୍ କୁ ନେଇ ଆଜି ମାଲକାନଗିରି ବ୍ଲକ ଅର୍ନ୍ତଗତ ଚାଲାଣଗୁଡ଼ା ପଞ୍ଚାୟତରେ ଭୂମିହୀନ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ, ଗୋଟିଏ ବିଶେଷ ଅନୁଷ୍ଠାନର ଆୟୋଜନ କରାଯାଇଥିଲା। ଉକ୍ତ ଅନୁଷ୍ଠାନରେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାରେ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ, ପୋଷ୍ଟର , ବ୍ୟାନର ଓ ଏଲ, ଇ, ଡି ସ୍କ୍ରିନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହା ପରେ ଚାଲାଣଗୁଡ଼ା ସରପଞ୍ଚ ଅରକ୍ଷିତ ନାୟକ, ମାଲକାନଗିରି ବ୍ଲକର ଅତିରିକ୍ତ ବି, ଡି, ଓ କଶମଶ ତିର୍କୀ, ବ୍ଲକ ଉନ୍ନୟନ ଅଧିକାରୀ ସସ୍ମିତା ମାଝୀ ଏବଂ ମାଲକାନଗିରି ତହସିଲର ଜଙ୍ଗଲ ଜମି କୋଅର୍ଡିନେଟର ସୌରଭ କୀର୍ତ୍ତନିୟାଙ୍କ ଦ୍ଵାରା ଚାଲାଣ ଗୁଡ଼ା ଓ ତଣ୍ଡିକି ପଞ୍ଚାୟତର ତିରିଶ ଜଣ ଭୂମିହୀନ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚାଲାଣଗୁଡ଼ା ଓ ତଣ୍ଡିକି ପଞ୍ଚାୟତ ଅଧିକାରୀ ଦୟାନିଧି ନିମାଲଙ୍କ ସହିତ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.