ବିମାନ ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି ସଙ୍ଗୀତ ନିର୍ଦେଶକ ମହେଶ ଜିରାଓ୍ବାଲା

youtube

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରଠାରୁ ସଂଗୀତ ନିର୍ଦେଶକ ମହେଶ କାଲାଓ୍ବାଡିଆ ଓରଫ ମହେଶ ଜିରାଓ୍ବାଲା ନିଖୋଜ ଅଛନ୍ତି। ମହେଶ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକ୍କିତ କରିଛି। କାରଣ ମହେଶ ବିମାନରେ ଯାତ୍ରା କରୁ ନ ଥିଲେ କିମ୍ବା ମେଡିକାଲ ହଷ୍ଟେଲରେ ନ ଥିଲେ। କିନ୍ତୁ ଦୁର୍ଘଟଣା ସମୟରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଅଞ୍ଚଳରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।

ମହେଶ ୧୨ ତାରିଖ ଅପରାହ୍ନରେ ଲ’ ଗାର୍ଡେନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଅନ୍ୟପଟେ ପୁଲିସ ମହେଶଙ୍କ ଶେଷ ଲୋକେସନ ଟ୍ରାକ କରିଛି, ଯାହା ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଦେଖାଉଛି। ବିମାନ ଉଡ଼ାଣ ଆରମ୍ଭ କରିବାର ଗୋଟିଏ ମିନିଟ ପୂର୍ବରୁ ମହେଶ ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଥିଲେ। ତା’ ପରଠାରୁ ତାଙ୍କ ଲୋକେସନ ବନ୍ଦ ରହିଛି। ତେଣୁ ମହେଶଙ୍କୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ଯାତ୍ରୀ ଏବଂ ମେଡିକାଲ କଲେଜ ହଷ୍ଟେଲରେ ରହୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.