ଅଜଣା ଗାଡ଼ିଧକ୍କାରେ ମହିଳା ମୃତ, ଦୁଇ ଆହତ

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇ ଏମ ଭି ୧୨୬ ଘାଟି ନିକଟରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆହତ ଦୁଇଜଣ ସ୍ବାମୀ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହ ବର୍ଷକର ଏକ ଶିଶୁ ରହିଥିଲା । ତେବେ ଶିଶୁ ଟି ସମ୍ପୂର୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି । ମଧ୍ୟରାତ୍ର ରେ ଘରକୁ ଫେରୁଥିବା ବେଳେ ଘାଟି ନିକଟରେ ଅଜଣା ଗାଡି ଧକ୍କା ଦେଇଥିବା କୁହାଯାଉଛି । ମୃତ ମହିଳା ଏମ ଭି ୧୧୩ ଗ୍ରାମର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ କୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ମୁତାବକ ମଧ୍ୟରାତ୍ର ରେ ଦୃତ ଗତିରେ ଯାଉଥିବା ହାଇୱା ତଳେ ପଡ଼ି ଏହିପରି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.