ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି।

ପୁରସ୍କାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ସାଇପ୍ରସର ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III’ ସମ୍ମାନ ପାଇ ବହୁତ ଖୁସି। ଏହାକୁ ମୁଁ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଉତ୍ସର୍ଗ କରୁଛି। ଏଥିସହିତ ସେ ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆମର ସକ୍ରିୟ ସହଭାଗୀତା ଆଗାମୀ ସମୟରେ ନୂତନ ଶିଖର ଛୁଇଁବ। ଏକାଠି ଆମେ କେବଳ ଉଭୟ ଦେଶର ପ୍ରଗତିକୁ ମଜବୁତ କରିବୁ ନାହିଁ ବରଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବିଶ୍ୱ ସୃଷ୍ଟିରେ ମଧ୍ୟ ଯୋଗଦାନ ଦେବୁ।

ତେବେ ଏହି ପୁରସ୍କାର ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ଆର୍ଚବିଶପ୍ ମାକାରିଓସ୍ IIIଙ୍କ ନାମରେ ନାମିତ ହୋଇଛି।

ad-week
Leave A Reply

Your email address will not be published.