ଆସିକା ACMPCS ଜମି ଲିଜ ଧାରୀଙ୍କ ପ୍ରତି ତତ୍କାଳୀନ ଜିଲ୍ଲାପାଳଙ୍କ ଏତେ ଅନୁକମ୍ପା କାହିଁକି…?…!

କିଛି ସ୍କୁଲକୁ ବି ଦିଆଯାଇଛି ଲିଜ.., ସ୍କୁଲ ବଦଳ ରେ ହୋଇଛି ମାର୍କେଟ କମ୍ପ୍ଲେକ୍ସ..

Independence


ବଡ଼ ଧରଣର ଫିକ୍ସଙ୍ଗ ହୋଇ ଶାଗ ମାଛ ଦରରେ ଦିଆଯାଇଛି ଲିଜ ବୋଲି ଅଭିଯୋଗ…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ରେ ଜମି କେଳାଙ୍କାରୀ ର ଗୁମର ଖୋଲୁଛି, ବହୁ ମୂଲ୍ୟବାନ ଜମିକୁ ଅତି ଚତୁରତା ସହିତ କିଛି ମାଫିଆ ଶ୍ରେଣୀର ଲୋକଙ୍କୁ ଶାଗ ମାଛ ଦରରେ ଲିଜ ଆକାରରେ ୯୯ ବର୍ଷ ପାଇଁ ଦିଆ ଯାଇଛି l ସୂଚନା ଥାଉକି ଆସିକା କେନ୍ଦ୍ରୀୟ ବହୁମୁଖି ସମବାୟ ସମିତିର ବହୁ ମୂଲ୍ୟବାନ ଜମିକୁ ଗଞ୍ଜାମ ଜିଲ୍ଲାର ତତ୍କାଳୀନ ଜିଲ୍ଲା ପାଳ ଶାଗମାଛ ଦରରେ ନିର୍ଦ୍ଧିଷ୍ଟ ଜଣେ ବ୍ୟବସାୟୀ ଙ୍କୁ ଦେବାର ଉଦେଶ୍ୟ କଣ..? ବୋଲି ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି l ଏହି ବହୁମୁଖୀ ସମବାୟ ସମିତି ଗଞ୍ଜାମ ଜିଲ୍ଲାର ସମବାୟ ପ୍ରେମୀ ମାନଙ୍କ ଅଂଶ ଧନରେ ନିର୍ମିତ ହୋଇଥିଲା। ଯେତେବେଳେ କୌଣସି ନିର୍ବାଚିତ ପରିଷଦ ନଥିଲା। ସରକାରୀ ଅଫିସର ମାନେ ସଂସ୍ଥାକୁ ଚଳାଇବାରେ ଦାୟିତ୍ୱ ରେ ଥିବା ବେଳେ ସେମାନେ ବିକ୍ରି କରିପାରିବେ କି.? କୁଆଡ଼େ ସେତେବେଳେ ଏହି ସମିତିର ସମ୍ପାଦକ ଙ୍କ ଭାବରେ ଜଣେ ଠିକା କର୍ମଚାରୀ ଦାୟିତ୍ୱ ରେ ଥିଲେ। ଜଣେ ଠିକା କର୍ମଚାରୀ ଙ୍କୁ ଧରି ତତ୍କାଳୀନ ଜିଲ୍ଲାପାଳ ଟେଣ୍ଡର ନିର୍ଦ୍ଧିଷ୍ଟ ଜଣେ ପାଇବା ପାଇଁ ଟେଣ୍ଡର ମୂଲ୍ୟ ନିର୍ଦ୍ଧାରିତ କରିଥିବା ଆଲୋଚନା ହୋଇଥିଲା। ଯେମିତି ଅନ୍ୟ କୌଣସି ଲୋକ ସେହି ଟେଣ୍ଡର ରେ ଭାଗ ନେଇ ପାରିବେ ନାହିଁ। ବାବୁ ଜଣଙ୍କ ତାଙ୍କର ବେଆଇନ ଭାବେ ରୋଜଗାର କରିଥିବା ଅର୍ଥକୁ ଅନୁକମ୍ପା ଦେଖାଇ ଥିବା ବ୍ୟକ୍ତିଙ୍କ ଜରିଆରେ ବିନିଯୋଗ କରିଥିବା କଥା ଏବେ ଖବର ପ୍ରକାଶ ପରେ ଛତ୍ରପୁର କାର୍ଯ୍ୟାଳୟ ନିକଟରେ ଚର୍ଚ୍ଚା ହେଉଛି।ଏପରିକି କୋଭିଡ-୧୯ ସମୟରେ ଏକ ହଜାର କୋଟିରୁ ଅଧିକ ଟଙ୍କା ମଧ୍ୟ ହରିଲୁଟ ହୋଇଥିବା ଶୁଣିବାକୁ ମିଳୁଛି। ସେ

ସମୟରେ ଯେଉଁ ସାମଗ୍ରୀ କ୍ରୟ କରାଯାଇଥିଲା। ଉକ୍ତ ସଂସ୍ଥାର ମାଲିକ ମାନେ SBI ନିର୍ଦ୍ଧିଷ୍ଟ ଗୋଟିଏ ତୃତୀୟ ଆକାଉଣ୍ଟକୁ ମୁମ୍ବାଇ ଟଙ୍କା ପଠାଯାଇଥିବା ମଧ୍ୟ ଆଲୋଚନା ହୋଇଥିଲା। ସମ୍ପୃକ୍ତ ଅଧିକାରୀ ଏହି ଜମି ଲିଜରୁ ମୋନି ଲେଣ୍ଡିଙ୍ଗ କେଶରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଏହି ଜମି ଲିଜ ପରେ ପୋଲିସ ଉପରେ କୁଆଡ଼େ ଚାପ ପ୍ରୟୋଗ କରି ତାଙ୍କ କ୍ଷମତା ର ଅପବ୍ୟବହାର କରିଥିବା ଚର୍ଚ୍ଚା ହୋଇଥିଲା। ଲିଜ ଧାରିଙ୍କ ପ୍ରତି ତତ୍କାଳୀନ ଜିଲ୍ଲାପାଳ ଓ ଘରୋଇ ବ୍ୟାଙ୍କ ଏତେ ଅନୁକମ୍ପା କାହିଁକି ଦେଖାଇଛନ୍ତି। ଜମି ଲିଜ ହୋଇଥିବା ର ତଦନ୍ତ ଇଡ଼ି, ସିବିଆଇ ଏବଂ ଓଡିଶାର ଅର୍ଥନୈତିକ ଅପରାଧ ସଂସ୍ଥା ଦ୍ୱାରା ତଦନ୍ତ କଲେ କଳା ମୁଖା ଖୋଲିବ ବୋଲି ସମବାୟ ପ୍ରେମୀ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.