କଳାବ୍ୟାଜ ପିନ୍ଧି ଓଡ଼ଗାଁ ବନ କର୍ମଚାରୀଙ୍କ ସାମୁହିକ ପ୍ରତିବାଦ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ବନରକ୍ଷୀ ଓ ବନପାଳ ମାନେ କଳାବ୍ୟାଜ ପିନ୍ଧି ସରକାରଙ୍କ ନିକଟରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାବି ଜଣାଇଛନ୍ତି ।ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ନିର୍ମାଣ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ସହିତ ମୃତକ ପରିବାରକୁ ୧ କୋଟି ଟଙ୍କା ସହାୟତା, ମୃତ ବାନରକ୍ଷୀଙ୍କ ନାବାଳିକା ଝିଅର ମାଗଣା ପାଠପଢା ସହିତ ସରକାରୀ ଚାକିରୀରେ ଥଇଥାନ କରିବା, ଫରେଷ୍ଟ କମିଶନ ଗଠନ, ବୀମା ସହିତ ଅନ୍ୟ ଦାବି ଗୁଡ଼ିକ ପୂରଣ ପାଇଁ ଓଡ଼ଗାଁ ବନାଞ୍ଚଳ ର ବନପାଳ ସରିତା ବରାଳ, ମନୋଜ ସେଠୀ ସହିତ ବନରକ୍ଷୀ ସୌମ୍ୟରଞ୍ଜନ ଦଳାଇ, ମାନସ ରଞ୍ଜନ ମିଶ୍ର, ଦିଲୀପ ପ୍ରଧାନ, ସୁନିଲ କୁମାର ନାୟକ, ବିଶ୍ୱଜିତ୍ ସାମନ୍ତରାୟ, ବିନତି ପାଲଟା ସିଂ, ଦିପ୍ତିମୟୀ ରାଉତ, ଅଲିଭା ବରାଳ, କବିର ସହୁ ପ୍ରମୁଖ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ।ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖରୁ ସମସ୍ତେ ସାମୁହିକ ଛୁଟିରେ ରହିବେ ବୋଲି ଜଣା ପଡିଛି।

ad-week
Leave A Reply

Your email address will not be published.