ଅସୁରକ୍ଷିତ ହିଞ୍ଜିଳିକାଟୁ : ଘରେ ଶୋଇଥିବା ବେଳେ ସିରିଜ ଚୋରି…

ଖୋଲାରେ ଖାଇ ମେଲାରେ ଶୋଉଛି ପୋଲିସ….

add-all


ହିଞ୍ଜିଳିକାଟୁ ୧୭!୬ ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି।ଚୋରି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତିି।ହେଲେ ପୋଲିସ ମାମଲା ଋଜୂ କରି ଚୁପ ବସିଥିବା ଅଭିଯୋଗ ହୋଇଛି।ଚୋରୀ ସାମଗ୍ରୀ ଉଦ୍ଧାର କରିପାରିନଥିବା ବେଳେ ଚୋର ମାନଙ୍କ ଟେର ପାଉନି ପୋଲିସ ‌।ଏନେଇ ଅଞ୍ଚଳ ବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।ତୁରନ୍ତ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ଲୋକଙ୍କ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ରାତ୍ରି ପେଟ୍ରୋଲିଂ କଡାକଡି କରିବାକୁ ଅଞ୍ଚଳ ବାସୀ ଦାଵି କରିଛନ୍ତି। ହିଞ୍ଜିଳି ଥାନା ଆଗରୁ ଇ ଅନ୍ତର୍ଯ୍ୟାମୀ ପାତ୍ର ଓ ତାଙ୍କ ସାନ ଭାଇ ଇ ନାରାୟଣ ପାତ୍ର ଘରେ ଶୋଇଥିବା ବେଳେ କଳାକନା ବୁଲାଇ ଛନ୍ତି ଲୁଟେରା । ଏ ନେଇ ମଙ୍ଗଳବାର ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ଈ ଅନ୍ତର୍ଯ୍ୟାମୀ ପାତ୍ର।ଘରେ ଥିଲେ ବି ସୁରକ୍ଷିତ ନୁହେଁ ଧନ ସମ୍ପତ୍ତି । ହିଞ୍ଜିଳିକାଟୁ ସହରରେ ମାତିଛନ୍ତି ଲୁଟେରା । ହିଞ୍ଜିଳି ଥାନା ସୋମପୁର ନିକଟସ୍ଥ ଜୈନିକ କାର୍ଯ୍ୟରତ ପୋଲିସ ଙ୍କ ଘରୁ ଚୋରି କରିଛନ୍ତି ଲୁଟେରା । ୨ଟି ଘରେ କଳାକନା ବୁଲାଇବା ସହ ୨ଟି ଘରୁ ଚୋରି ଉଦ୍ୟମ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ହେଲେ ରାତିରେ ଶ୍ରୀ ପାତ୍ର ଙ୍କ ଘରୁ ପ୍ରାୟ ୧୭ ଭରି ସୂନା ଅଳଙ୍କାର ଓ ୩୫ଭରି ରୁପା ସହ ୩ଗୋଟି ମୋବାଇଲ ଘରେ ପଶି ଲୁଟି ନେଇଛନ୍ତି ସେହିପରି ସୋମପୁର ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ସାମଗ୍ରୀ ଚୋରି କରିଛନ୍ତି। ଖାଲି ସେତିକି ନୁହେଁ ଏକ ମାସ ପୂର୍ବରୁ ହିଞ୍ଜିଳି ଥାନା ପଛ ପଟ ସାହି ରୁ କ୍ରିଷ୍ଣା ଗୈାଡ ଏକ ଦ୍ଵାଦଶ ଭୋଜି ଖାଇ ଯାଇଥିବା ବେଳେ ଘରୁ କଳାକନା ବୁଲାଇଥିଲେ । ପ୍ରତିଦିନ ବସଷ୍ଟାଣ୍ଡ ସାଇଡ଼ରେ, ପାଟଣା ସାହି,ମେଇନରୋଡ ଅଞ୍ଚଳରେ ମଧ୍ୟ କିଛି ଦୁର୍ବୃତ୍ତ ସାହିରେ ଆତଙ୍କ ଖେଳାଇ ବାଇକ ଷ୍ଟଣ୍ଡ ଦେଖାଇ ଅସଭ୍ୟ ଭାଷାରେ ଲୋକଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି।ଗତ କିଛିଦିନ ହେଲା ହିଞ୍ଜିଳିକାଟରେ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା । ତାଲା ବନ୍ଦ ଘର ଓ ନିର୍ମାଣ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା ।ବନ୍ଧୁକ ଦେଖାଇ ଡରାଈବା ବୋମା ମାଡ଼ ଓ ଚୋରି ଘଟଣା ବି ବଢିବାରେ ଲାଗିଛି । କେତେବେଳେ କାହାକୁ ଅପହରଣ କରି ନେଉଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ନେଇ ଉଠାଇଛି ପ୍ରଶ୍ନ ।

ad-week
Leave A Reply

Your email address will not be published.