ଓଡ଼ଗାଁ କଲେଜରେ ଖୋଲିଲା +୨ ବାଣିଜ୍ୟ, ଚଳିତ ଶିକ୍ଷାବର୍ଷରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ +୨ ବାଣିଜ୍ୟ ବିଭାଗ ପାଠ୍ୟକ୍ରମ ଆରମ୍ଭ ହେବ ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ଓଡ଼ିଶା ତା. ୧୩.୦୬ ୨୦୨୫ ରିଖ ପତ୍ର ସଂଖ୍ୟା ୭୮୧୯ ଅନୁସାରେ ବାଣିଜ୍ୟ ବିଭାଗରେ ୩୨ ସିଟ୍ ପାଇଁ ଅନୁମତି ମିଳିବା ସହିତ ଚଳିତ ଶିକ୍ଷାବର୍ଷରୁ ଛାତ୍ର ଛାତ୍ରୀ ମାନେ ନାମଲେଖା ପାଇଁ ଆବେଦନ କରିପାରିବେ। ବାଧ୍ୟତାମୂଳକ ଭାବେ ଇଂଲିଶ, ଓଡ଼ିଆ ବିଷୟ ସହିତ ଇଚ୍ଛାଧୀନ ବିଷୟ ଭାବରେ (ଆକାଉଣ୍ଟାନ୍ସି, ବିଏସଏମ, ବିଏମଏସ, ଆଇଟି, ବିଆଇସିଏ), ଫଣ୍ଡାମେଣ୍ଟାଲ ଅଫ ଏଣ୍ଟରପ୍ରେନୁରସିପ ଆଣ୍ଡ କଷ୍ଟ ଆକାଉଣ୍ଟିଂ,ଫଣ୍ଡାମେଣ୍ଟାଲ ଅଫ ଏଣ୍ଟରପ୍ରେନୁରସିପ ଆଣ୍ଡ ଫଣ୍ଡାମେଣ୍ଟାଲ ଅଫ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ ।୧୯୭୮ ମସିହାରେ ଓଡ଼ଗାଁ କଲେଜ ସ୍ଥାପନା ସମୟରୁ ଆଇଏ ଓ ଆଇକମ ( କଳା ଓ ବାଣିଜ୍ୟ) ବିଭାଗରେ ଏବଂ ପରବର୍ତ୍ତୀ ସମୟରେ ବିଏ ଓ ବି.କମ୍ ବିଭାଗରେ ପାଠ୍ୟକ୍ରମ ଚାଲୁ ରହିଥିବା ବେଳେ ବାଣିଜ୍ୟ ବିଭାଗରେ ନଗଣ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଯୋଗୁଁ ୨୦୦୫ ମସିହା ପରଠାରୁ ଓଡ଼ଗାଁ କଲେଜରେ ବାଣିଜ୍ୟ ବିଭାଗରେ ନାମଲେଖା ବନ୍ଦ ରହିଥିଲା ।ବର୍ତ୍ତମାନ ଓଡ଼ଗାଁ କଲେଜ ବାଣିଜ୍ୟ ବିଭାଗରେ ନାମଲେଖା ପାଇଁ ଅନୁମତି ପାଇବା ପରେ ଶିକ୍ଷା ପ୍ରେମୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ad-week
Leave A Reply

Your email address will not be published.