ଅହମଦାବାଦ ବିମାନ ଦୁର୍ଘଟଣା: ଦୁର୍ଘଟଣାସ୍ଥଳରୁ ମିଳିଲା ସୁନା

youtube

ଗାନ୍ଧୀନଗର: ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ବିମାନରେ ମୋଟ ୨୪୨ଜଣ ଥିବା ବେଳେ ମାତ୍ର ଜଣେ ହିଁ ବଞ୍ଚିପାରିଥିଲେ। ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏବେ ଲୋକଙ୍କୁ ବିମାନ ଯାତ୍ରା କରିବା ପୂର୍ବରୁ ୨ଥର ଚିନ୍ତା କରୁଛନ୍ତି। ତେବେ ଦୁର୍ଘଟଣା ପରେ ସେଠାରୁ ଅନେକ ଏଭଳି ଜିନିଷ ଉଦ୍ଧାର କରାଯାଇଛି, ଯାହା ନିଆଁରେ ନଷ୍ଟ ହୋଇନାହିଁ। ସେ ମଧ୍ୟରୁ ଗୋଟାଏ ହେଉଛି ସୁନା।

ଯେତେବେଳେ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଗାନ୍ଧୀନଗରର ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଦୁର୍ଘଟଣାଗ୍ରସ୍ତ ହେଲା, ସେତେବେଳେ ୫୬ ବର୍ଷୀୟ ନିର୍ମାଣ ବ୍ୟବସାୟୀ ରାଜୁ ପଟେଲ ତୁରନ୍ତ ସେଠାକୁ ଯାଇଥିଲେ। ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ ସେ ସେଠାରେ ପହଞ୍ଚି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ପ୍ରାୟ ଅପରାହ୍ନ ୪ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ପଟେଲ ଏବଂ ତାଙ୍କ ସହଯୋଗୀମାନେ ଦ୍ୱିତୀୟ କାର୍ଯ୍ୟ ହାତକୁ ନେଇଥିଲେ। ସେମାନେ ଭଗ୍ନାବଶେଷରୁ ଜଳିନଥିବା ଜିନିଷ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଶେଷରେ ପଟେଲ ଓ ତାଙ୍କ ଦଳ ଘଟଣାସ୍ଥଳରୁ ୮୧୬ଗ୍ରାମ ସୁନା, ୮୦ହଜାର ଟଙ୍କା , ଅନେକ ପାସପୋର୍ଟ ଏବଂ ଭଗବଦ୍ ଗୀତାର ଏକ କପି ମଧ୍ୟ ଉଦ୍ଧାର କରିଥିଲେ। ପରେ ସେମାନେ ପ୍ରତ୍ୟେକ ଜିନିଷକୁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ।”

୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ସମୟରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିବା ପଟେଲ କହିଛନ୍ତି ଯେ, ଏଭଳି ଭୟାବହ ଦୁର୍ଘଟଣା କେବେ ଦେଖିନଥିଲି। ଏହାକୁ କେବେ ଭୁଲି ହେବନି।

Leave A Reply

Your email address will not be published.