ଗୋପାଳପୁର ସମୁଦ୍ର ବେଳାଭୂମି ରେ ପୁରୁଷ ବନ୍ଧୁ କୁ ମାଡ଼ ମାରି ଯୁବତୀଙ୍କୁ ଗଣ ଦୁଷ୍କର୍ମ : ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ…

ଘଟଣାରେ ୬ ଜଣ ଗିରଫ ୪ ଜଣ ଗଲେ ବାଳ ସୁଧାର ଗୃହ
ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି କହିଲେ ଏସପି

ଘଟଣା କୁ ନେଇ ଏସ ପି ଙ୍କ ସହିତ କଥା ହେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..
ବ୍ରହ୍ମପୁର : ବିଶ୍ୱ ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳୀରେ ଗଣ ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରି ଦେଇଛି। ନିଜ ପୁରୁଷ ସାଙ୍ଗ ସହିତ ନିକାଞ୍ଚ ରେ ମିଶିବା ଯୁବତୀଙ୍କୁ ପଡିଲା ମହଙ୍ଗା। ଗଣ ବଳାତ୍କାରର ଶୀକର ହେଲେ ଯୁବତୀ। ସାରା ରାଜ୍ୟ ରଜ ପର୍ବ ପାଳନରେ ମସଗୁଲ ଥିବା ବେଳେ ଗୋପାଳପୁର ଦୁଷ୍କର୍ମ ଘଟଣା ଏକ କଳଙ୍କିତ କାହାଣୀ ରଚନା କରିଥିଲା।ବ୍ରହ୍ମପୁର ସହରର ଏକ ଶିକ୍ଷା ଅନୁଷ୍ଠାନ ରେ ବାହାର ଜିଲ୍ଲାରୁ ଆସିଥିବା ଯୁବତୀ ଜଣକ ରବିବାର ସନ୍ଧ୍ୟାରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । ସଠାରେ ପାନ୍ଥନିବାସ ପଛ ପଟଏକ ନିଛାଟିଆ ସ୍ଥାନରେ ବସିଥିଲେ l ସେହି ଉଭୟ ଏଭଳି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା।

ଯୁବତୀ ଜଣକ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ବେଳେ ରବିବାର ଅପହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ପାନ୍ଥନିବାସ ପଛ ପଟ ବେଳାଭୂମିରେ ବସିଥିଲେ l ରାତି ପ୍ରାୟ ୮ଟା ସମୟରେ ହିଞ୍ଜିଳିକାଟୁ ଓ ପୁରୁଷୋତ୍ତମପୁର ଅଞ୍ଚଳର ୬ ଜଣ ଯୁବକ ଓ ୪ ଜଣ ନାବାଳକ ସେମାନଙ୍କ ପିଛା କରିଥିଲେ।. ଉଭୟ ନିଛାଟିଆ ସ୍ଥାନରେ ଅସଂଯତ ଅବସ୍ଥାରେ ବସିଥିବା ଦେଖି ପ୍ରଥମେ ଭୟଭୀତ ଏବଂ ପରେ ଅସଦାଚରଣ କରିଥିଲେଅଭିଯୁକ୍ତ ମାନେ। ପୁରୁଷ ବନ୍ଧୁଙ୍କୁ ବାନ୍ଧିବା ସହିତ ମାଡ଼ ମାରି ଭୟଭୀତ କରିଥିଲେ।ପରେ ଯୁବତୀଙ୍କ ସହିତ ୩ ଜଣ ଯୁବକ ଦୁଷ୍କର୍ମ କରି ସେଠାରୁ ଚମ୍ପଟ ମାରିଥିଲେ l ଘଟଣା ପରେ ରାତ୍ର ପ୍ରାୟ ସାଢେ ୧୦ ଟା ସମୟରେ ଥାନାରେ ପହଂଚି ଘଟଣା ବିଷୟରେ ପୁଲିସକୁ କହିଥିଲେଉଭୟ ଯୁବକ ଯୁବତୀ। ପୁଲିସ ତୁରନ୍ତ ତିନୋଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।. ପୁରୁଷ ବନ୍ଧୁଙ୍କୁ ଧରି ଖୋଜା ଖୋଜି ଆରମ୍ଭ କରିଥିଲା l ଖୋଜା ଖୋଜି ସମୟରେ ଡୁରା ଓଭରବ୍ରିଜ ନିକଟରେ ୨ ଜଣଙ୍କୁ ଚିନ୍ନଟ କରିଥିଲା ପୁରୁଷ ବନ୍ଧୁ l ୨ ଜଣକୁ ପୁଲିସ କାବୁ କରି ଥାନାକୁ ଆଣି ପଚରା ଉଚରା କରିବା ପରେ ଅନ୍ୟ ୮ ଜଣ ହିଞ୍ଜିଳିକାଟୁ ଆଖ ପାଖ ଅଞ୍ଚର ବୋଲି ଜାଣିବାକୁ ପାଇଥିଲା ପୋଲିସ। ପୁଲିସ ଏକ ଟିମ ଗଠନ କରି ସେହି ଅଞ୍ଚଳରେ ପହଂଚି ୫ ଜଣକୁ ଏବଂ ଆଜି ତିନି ଜଣଙ୍କୁ କାବୁ କରାଯାଇଥିଲା। ପିଡିତା ଙ୍କୁ ନ୍ୟାୟ ପ୍ରଦାନ ଦିଗରେ . ଦୃଢ଼ ଦଣ୍ଡ ବିଧାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରହପୁର ଏସ. ପି.. ଡାକ୍ତର ସର୍ବଣା ବିବେକ ଏମ।ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁର ଅଂଚଳରେ ପ୍ରମୋଦ ନାୟକ ,ସହିତ ହିଞ୍ଜିଳି ବୁରୁପଡା ଅଂଚଳର ବାବୁରାମ ଦଳେଇ ଏବଂ ପାଟପୁର ଅଂଚଳର କୁନାଲ ପ୍ରଧାନ, ତିନିଜଣ ଦୁଷ୍କର୍ମ କରିଥିବା ଏସ. ପି କହିଛନ୍ତି। ପ୍ରମୋଦ ବେଙ୍ଗଲୋରରେ ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରୁଥିଲା। ପ୍ରମୋଦ ନାମରେ ଏକାଧିକ ମାମଲା ରହିଛି. ହତ୍ୟା ଉଦ୍ୟମ, ବୋମାଡିଙ୍ଗ ଭଳି ଘଟଣାରେ ମାମଲା ରହିଛି ବୋଲି କହିଛନ୍ତି sp ଶ୍ରୀ ବିବେକ।.ପ୍ରମୋଦ ପ୍ରଥମେ ବୁରୁପଡାର ବାବୁରାମକୁ ଫୋନ କରିଥିବା ବେଳେ ପରେ ଶିକିରି, ପାଟପୁର ଅଂଚଳରୁ ୩ ଟି ବାଇକରେ ୧୦ ଜଣ ଗୋପାଳପୁର ଆସିଥିଲେ। ପରେ ଏଭଳି କାଣ୍ଡ ଭିଆଇ ଥିବା ଏସପି କହିଛନ୍ତି। ଘଟଣାର ଟିକିନିଖି ତଦନ୍ତ କରା ଯାଇଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛି। ଉଭୟ ପୁରୁଷ ବନ୍ଧୁ ଓ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରା ଯାଇଥିବା ଏସ. ପି କହିଛନ୍ତି. ଗିରଫ 6 ଜଣ ଓ ପୁଲିସ କାବୁ କରିଥିବା 4 ଜଣ ସମସ୍ଥଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଛି ଆବଶ୍ୟକ ସ୍ଥଳେ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସ. ପି କହିଛନ୍ତି. ଗୋପାଳପୁର ଭଳି ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।ବେଳାଭୂମି ୮ କିଲୋ ମିଟର ପେଟ୍ରୋଲିଙ୍ଗ କଡାକଡି କରିବା ସହିତ ସମସ୍ତ ନିଛାଟିଆ ସ୍ଥାନରେ ଆଲୋକ ବ୍ୟବସ୍ଥା ଏବଂ ପେଟ୍ରୋଲିଂ ହେବ କଡାକଡି। କୌଣସି ଅପ୍ରୀତିକର ,ସମ୍ବେଦନଶୀଳ ଘଟଣା ର ପୁର୍ନରାବୃତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଏସପି ଗୋପାଳପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।