କଟକରେ ଝାଡ଼ାବାନ୍ତି ଆତଙ୍କ: ୬୪ ଆକ୍ରାନ୍ତ

add-all

କଟକ: ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି। କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି। ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ବାଙ୍କୀ ଘୋଳପୁରରୁ ୪୬, ଟାଙ୍ଗୀରୁ ୧୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାସହ କଟକରେ ମଧ୍ୟ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି।

ଯାଜପୁର ଜିଲାରେ ଏବେ ବି ହଇଜା ସ୍ଥିତି ଗମ୍ଭୀର ରହିଛି । ଜିଲାରେ କଲେରା ବ୍ୟାପିଥିବା କେନ୍ଦ୍ରୀୟ ଟିମ୍‌ ସ୍ପଷ୍ଟ କରିଛି । ଜିଲା ପରେ ଜିଲାକୁ ମାଡି ଚାଲିଛି ଝାଡାବାନ୍ତି । ଯାଜପୁରରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୦ ଜଣ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ଯାଜପୁର ଜିଲ୍ଲାରେ ହଇଜା ଏବେ ସ୍ଥାନୀୟ ସଂକ୍ରମଣର ରୂପ ନେଇସାରିଛି । ଭିବ୍ରିଓ କଲେରା ଜୀବାଣୁ ଝାଡ଼ାବାନ୍ତିର ପ୍ରକୋପ ବଢ଼ାଇଛି । ତେବେ ଏହା ମହାମାରୀ ନୁହେଁ ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରୀୟ ଦଳ ।

ad-week
Leave A Reply

Your email address will not be published.