ଦ୍ବନ୍ଦ୍ବ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଆସନ୍ତା ୨୦ରେ ଖୋଲିବ ସମସ୍ତ ସ୍କୁଲ୍

youtube

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ସମସ୍ତ ସ୍କୁଲ୍ ଖୋଲିବ । ସ୍କୁଲ୍‌ ଖୋଲିବା ନେଇ ଦ୍ବନ୍ଦ୍ବ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ । ସରକାରୀ, ବେସରକାରୀ ସମସ୍ତ ସ୍କୁଲ୍ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ୨୦ରେ ହିଁ ଖୋଲିବ । ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି । ସ୍କୁଲ୍‌ ଖୋଲିବା ପୂର୍ବରୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏପ୍ରିଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିଥିଲା । ରାଜ୍ୟରେ ଚାଲିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିଲେ ।  ଏପଟେ ବର୍ଷା ଯୋଗୁ କ୍ୟାମ୍ପସ ପରିସରରେ ଉଠିଥିବା ଗଛଲତା , ପାଣି ଟାଙ୍କି ଓ ରୋଷେଇ ଘର ସଫା କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.