ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ବନ୍ଧା ହେଲେ ୧୦ ଅଭିଯୁକ୍ତ

add-all

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ରହିଛି। ଅଭିଯୋଗ ଆଧାରରେ ଗତକାଲି ୭ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଆଜି ଫେରାର ଅନ୍ୟ ତିନିଜଣଙ୍କୁ ଧରିଛି। ସମସ୍ତ ଗିରଫ ୧୦ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିବ।

ଗତକାଲି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ପୁରୁଷବନ୍ଧୁଙ୍କୁ ବାନ୍ଧି ଗଣଦୁଷ୍କର୍ମ ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା।

ad-week
Leave A Reply

Your email address will not be published.