ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ

youtube

ପୁରୀ :  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ  । ସାମଗ୍ରିକ ଭାବେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।  ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ମିଳିତ ସହଯୋଗରେ ତିନିରଥର ପ୍ରଥମ ଭୂଇଁ ଉଭୟ ପଟରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡ଼ିଆ ଶେଷ ହୋଇଛି  ।

ଏହାସହ ଆଜି ତିନିରଥର ଚାରି କୋଣ ଗୁଡ଼ିକୁ ଛାଡି ତିନିରଥ ଉପର ତାଗ ବାଡ଼ିଆ ଶେଷ ହୋଇଛି । ତିନିରଥର ତୃତୀୟ ଭୂଇଁ ଉପରେ ସେଟିଂ ହୋଇଥିବା ଏକ ନମ୍ୱର ପୋଟଳ ବା ବଡଥଳ ପୋଟଳକୁ ଟେକି ଧରି ରଖିବା ପାଇଁ ତୃତୀୟ ଭୂଇଁ ଉପରେ ୪ ଟି ଲେଖାଏଁ ପୋଟଳ ଖମ୍ବି ଏବଂ ଦୁଇଟି ଲେଖାଏଁ ଶେଣି ସେଟିଂ କରାଯାଇଛି । ଏଥିସହ ତିନିରଥର ପୋଟଳ ସମେତ ପାରା ଭାଡ଼ି ଏବଂ ଖପୁରୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି  ।  ଆଜି ଭୋଇ ସେବକମାନେ ତିନି ରଥର ୧୩ ପରସ୍ତ ପୋଟ, ପାରା ଭାଡ଼ି ଏବଂ ଖପୁରି ଉଠାଇ ଷଷ୍ଠ ନମ୍ବର ହରିବୋଲ ପକାଇଛନ୍ତି  l

Leave A Reply

Your email address will not be published.