ଝାଡ଼ାବାନ୍ତି ଡ଼ର: ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

youtube

ଭୁବନେଶ୍ୱର: ରାଜ୍ୟରେ ଡରାଉଛି ଝାଡାବାନ୍ତି। ଦୃତ ଗତିରେ ଜିଲ୍ଲାକୁ ଜିଲ୍ଲା ମାଡି ଚାଲିଛି ଡାଇରିଆ। ଏନେଇ ଏବେ ଚିନ୍ତାରେ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏନେଇ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ ପ୍ରତିକ୍ରିୟା
ମଧ୍ୟ ଦେଇଛନ୍ତି।

ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ଶହ ନୂଆ କେସ୍ ଚିହ୍ନଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି,’ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ। ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ହେବ। ଯେତିକି ପରୀକ୍ଷା ହୋଇଥିଲା ୧୦% କଲେରା ବାହାରିଛି।’ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

ମଙ୍ଗଳବାର ଡାଇରିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ଯେଉଁ ରୋଗୀ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ତାଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ।

Leave A Reply

Your email address will not be published.