ରାଜନେତା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତ ରେ ଗଞ୍ଜାମ ଜିଲ୍ଲାରେ ଅବାଧ ରେ ଗୁଟୁଖା ବେପାର…

ପ୍ରଶାସନ ଖାଉଛି ଅମୃତ ଗ୍ରାହକ ଖାଉଛି ଜହର…!

youtube

ପୋଲିସ.. ଅବକାରୀ ବିଭାଗ ଓ ଘୁଟକା ମାଫିଆ ଙ୍କ ମିଲିଭଗତ ରେ ଚାଲିଛି ବେପାର…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଗୁଟୁଖା ବେପାର ଖୁଲାମ ଖୁଲା ଚାଲିଛି।ସରକାରୀ କଟକଣା ଫୁ କରି ବସ୍ତା ବସ୍ତା ଗୁଟୁଖା ଗାଁ ରୁ ସହର ପର୍ଯ୍ୟନ୍ତ ଚାଲାଣ ହେଉଛି। ସରକାରଙ୍କ କଟକଣା ଧର୍ମକୁ ଆଖିଠାର ସଦୃଶ୍ୟ ପ୍ରତେକ ଗୁଟୁଖା ପ୍ୟାକେଟ ରେ ଗୁଟୁଖା ସାଙ୍ଗକୁ କଡ୍ଡା ଜର୍ଦ୍ଧା ପ୍ୟାକେଟ ମଧ୍ୟ ପ୍ୟାକ ହୋଇ ଆସୁଛି। ଜିଲ୍ଲାର କୋଣ ଅନୁକୋଣ ରେ ଘରେ ଘରେ ବେଆଇନ ଓ ବିଭିନ୍ନ ନାଁ ରେ ଗୁଟୁଖା ପ୍ରସ୍ତୁତ ହେବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର ରେଶମ ସହର ର ନାଁ ନକଲି ସାମଗ୍ରୀ ପ୍ରସ୍ତୁତ ରେ ପ୍ରଥମ ସ୍ଥାନ ପୂରଣ କରିଛି। ଆଜି କାଲି ଗୁଟୁଖା ସେବନ ଏକ ଷ୍ଟାଇଲ ରେ ପରିଗଣିତ ହେଲାଣି। ନାବାଳକ ମାନେ ଏହି ଗୁଟୁଖା ଖାଇବାରେ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ପ୍ରତେକ ଦୋକାନ ରେ ମାଳ ମାଳ ଗୁଟୁଖା ଟଙ୍ଗେଇ ବିକ୍ରି ବଟା ହେଉଛି। ଦିନକୁ ବେଆଇନ ଗୁଟୁଖା ଲକ୍ଷ ଲକ୍ଷ ଟଙ୍କାର ବିକ୍ରି ହେଉଥିବା ବେଳେ ଦାୟିତ୍ୱ ବାନ ବାବୁ ମାନେ ମୁଠା ମୁଠା ଟଙ୍କା ଆଦାୟ କରି ଚୁପଚାପ ନିରବ ରହୁଥିବା କୁ ନେଇ ଚର୍ଚ୍ଚା ହେଉଛି। ସୂଚନା ଥାଉକି ବ୍ରହ୍ମପୁର ସହର ର ବଡ଼ବଜାର, ସଦର ଥାନା, ନିମଖଣ୍ଡି ଥାନା ଏବଂ ଟାଉନ ଥାନା ଅଞ୍ଚଳ ରେ ବ୍ୟାପକ ଘୁଟକା କାରଖାନା ଏବେ ଘୁଟକା ମହଜୁଦ ରଖାଯାଉଛି ଯାହାକି ଅବକାରୀ ଓ ପୋଲିସ ବିଭାଗ ର ଜ୍ଞାତ ସାରରେ ବେପାରୀ ମାନେ ବେପାର ଚଳାଉଛନ୍ତି l ପ୍ରଶାସନ କଳ କୁ ମୋଟା ଅଙ୍କର ଘୁସ ଦେଇ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ ହେଉଛି l ମୁଖ୍ୟତଃ ସଦର ଥାନା ଏବେ ନିମଖଣ୍ଡି ଥାନା ଅଞ୍ଚଳ ରେ କିଛି ପୁରୁଣା ଫାକ୍ଟ୍ରି କୁ ପୁଣି ଚାଲୁ କରାଯାଇଥିବା ଖବର ମିଳୁଛି l କିଛି ଘରକୁ ଭଡାରେ ନେଇ ଘୁଟକା ଏବଂ ଗଞ୍ଜେଇ ଗଛିତ ରଖି ଚୋରା ଚାଲାଣ ହେଉଛି ଏଥିରୁ ପୋଲିସ ଏବଂ ଅବକାରୀ ବାବୁ ମାନେ ମୋଟା ଅଙ୍କର ପାଉଣା ବି ପାଇଥାନ୍ତି ବୋଲି ଚର୍ଚ୍ଚା ହେଉଛି l ଗୁଟୁଖା ଖାଇ ଦୈନିକ ସହ ସହ ଲୋକେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ବାବୁ ଓ ବ୍ୟବସାୟୀ ମାଲେ ମାଲ ହେଉଥିବା ବେଳେ ଗ୍ରାହକ ଟଙ୍କା ଦେଇ ବିଷ ଖାଉଥିବା ଆଲୋଚନା ହେଉଛି। ନୂତନ ସରକାର ଆସିବା ପରେ ନକଲି ସାମଗ୍ରୀ ସାଙ୍ଗକୁ ଗୁଟୁଖା ବ୍ୟବସାୟ ବହୁଳ ଭାବରେ ଖୁଲାମ ଖୁଲା ହେଉଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଛତିଶଗଡ ରାୟପୁର ଓ ଆନ୍ଧ୍ରା ପ୍ରଦେଶ ରୁ ଗୁଟୁଖା ଓ ଖଇନି ବସ୍ତା ବସ୍ତା ଦୈନିକ ଆସୁଛି। ଖୋଲା ଖଇନି ଆଣି ନିଜେ ନିଜେ ପ୍ୟାକିଙ୍ଗ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହେଉଛି। ଭଞ୍ଜନଗର, ଗାଙ୍ଗପୁର, ଆସିକା, ଶେର ଗଡ଼, ବୁଗୁଡ଼ା,ହିଞ୍ଜିଳି ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳ ରେ ଖଇନି ବହୁଳ ଭାବରେ ଚାଲାଣ ହେଉଛି। ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଟିକସ କ୍ଷତି ହେବା ସହ ଗ୍ରାହକ ଅର୍ଥ ଦେଇ ଜହେର ଖାଉଥିବା ଦେଖିବାକୁ ମିଳୁଛି। ବେଳେ ବେଳେ ପ୍ରଶାସନ ର ଚଢ଼ାଉ ଧର୍ମକୁଆଖିଠାର ସଦୃଶ୍ୟ ମନେ ହୁଏ l

Leave A Reply

Your email address will not be published.