ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଇଓଡବ୍ଲୁ ଅଧିକାରୀଙ୍କ ଛାନଭିନ…

youtube


ନୟାଗଡ଼:ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ର ବରିଷ୍ଠ ଅଧିକାରୀ ଛାନଭିନ କରିଛନ୍ତି ।ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ବ୍ୟାପକ ପରିମାଣର ଅର୍ଥ ହେରଫେର ଏବଂ ଇନକମ ଟ୍ୟାକ୍ସ ଫାଙ୍କିବା ପାଇଁ ଏକାଧିକ ପ୍ୟାନ କାର୍ଡ ବ୍ୟବହାର କରାଯାଇଥିଲା। ଏହାକୁ ନେଇ ଇନକମ ଟ୍ୟାକ୍ସ ବିଭାଗ ୩୬୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବିଗତ ଦିନରେ ଜୋରିମାନା କରିଥିଲେ ।ଏହି ଜୋରିମାନା ଓ ଇନକମ ଟ୍ୟାକ୍ସ ଫାଙ୍କିବା ପାଇଁ ହୋଇଥିବା ପ୍ୟାନ କାର୍ଡ ଜାଲିଆତି ରୁ ବ୍ୟାଙ୍କକୁ ସୁରକ୍ଷା ଦେବାକୁ ପରିଚାଳନା ପରିଷଦ ଏକ ଏଜେନ୍ସି କୁ ଦାୟିତ୍ଵ ଦେଇଥିଲେ ।ମାତ୍ର ଏହି ଏଜେନ୍ସି କୁ ଦିଆଯାଇଥିବା ୨କୋଟି ୧୦ ଲକ୍ଷ ଟଙ୍କା ପାରିଶ୍ରମିକ କୁ ବେଆଇନ ବୋଲି ସମବାୟ ବ୍ୟାଙ୍କର ସମ୍ପାଦକ ଅଜୟ ପଟ୍ଟନାୟକ ବିଗତ ଦିନରେ ଅଭିଯୋଗ କରିଥିଲେ। ଉକ୍ତ ଟଙ୍କାର କାରବାରକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଶାଖାର ଜଣେ ଇନ୍ସପେକ୍ଟର ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କୁ ଆସି ବିଭିନ୍ନ କାଗଜ ପତ୍ର ତନଖି କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରାଯାଇଛି। ଇଓଡବ୍ଲୁ ପକ୍ଷରୁ ହୋଇଥିବା ତଦନ୍ତକୁ ବ୍ୟାଙ୍କ୍ ସମ୍ପାଦକ ଅଜୟ ପଟ୍ଟନାୟକ ସ୍ବୀକାର କରିବା ସହିତ ତଦନ୍ତ ସମୟରେ ଯାହା କାଗଜପତ୍ର ଇଓଡବ୍ଲୁ ପକ୍ଷରୁ ମଗାଯାଇଛି ତାହା ପ୍ରଦାନ କରାଯାଇଛି ।ଓସିଏ ଆକ୍ଟ ୬୫ ତଦନ୍ତ ପରେ ରାଜ୍ୟ ସରକାର ଏହି ମାମଲାକୁ ଇଓଡବ୍ଲୁ କୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.