କାଲି ଆସିବେ ମୋଦି: ଟ୍ରାଫିକ ପରାମର୍ଶ ଜାରି

add-all

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଶୁକ୍ରବାର, ଜୁନ ୨୦ ଭୁବନେଶ୍ୱର ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ପରାମର୍ଶ ଜାରି କରାଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାନବାହାନ ଚଳାଚଳରେ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରର ଜନତା ମଇଦାନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଯୋଗ ଦେବେ।

ଏହି ରୋଡ ଶୋ’ ଯୋଗୁଁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କିମ୍ବା କାର୍ଯ୍ୟକ୍ରମ ସମାପ୍ତ ନହେବା ଯାଏଁ ଏୟାରପୋର୍ଟ ସ୍କୋୟାର, କ୍ୟାପିଟାଲ ହସ୍ପିଟାଲ ସ୍କୋୟାର, ଏଜି ସ୍କୋୟାର, ରାଜଭବନ ସ୍କୋୟାର, ପାୱାର ହାଉସ ସ୍କୋୟାର, ୧୨୦ ବାଟାଲିୟନ ସ୍କୋୟାର, ଶାସ୍ତ୍ରୀ ନଗର ସ୍କୋୟାର, ବେହେରା ସାହି ସ୍କୋୟାର, ଜୟଦେବ ବିହାର ସ୍କୋୟାର, ଏକ୍ସଆଇଏମ୍ବି ସ୍କୋୟାର ଏବଂ ନାଲକୋ ସ୍କୋୟାର ଆଦି ରାସ୍ତାରେ ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି। ଏହି ସମୟରେ ଯାତ୍ରୀମାନଙ୍କୁ ଏହି ରାସ୍ତା ବିକଳ୍ପ ପଥ ବାଛିବାକୁ ପରାମର୍ଶ ଦିଆଯାଇଛି।

କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ବସ୍ଗୁ ପାଇଁ ର୍ନିଦ୍ଦିଷ୍ଟ ରୁଟ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। କଟକ ପଟୁ (NH-16) ଆସୁଥିବା ବସଗୁଡିକ ରସୁଲଗଡ ସର୍ଭିସ ରୋଡ ଦେଇ ବାଣୀ ବିହାର, ଆଚାର୍ଯ୍ୟ ବିହାର, ଆପୋଲୋ ହସ୍ପିଟାଲ ହେଉଚି ସୈନିକ ସ୍କୁଲ ପର୍ଯ୍ୟନ୍ତ ଯିବେ। ଖୋର୍ଦ୍ଧାରୁ କଟକ ଆ ଯାଉଥିବା ବସଗୁଡିକ ଭୁବନେଶ୍ୱର ଦେଇ ଯିବାକୁ ଅନୁମତି ନାହିଁ ଏବଂ ସେଗୁ ପିତାପଲ୍ଲୀ ସ୍କୋୟାରରୁ ଚଣ୍ଡକା ସ୍କୋୟାର ଦେଇ ଡାଇଭର୍ଟ କରାଯିବ।

ଏହି ନିୟନ୍ତ୍ରଣ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଭଳି ଜରୁରୀ ଯାନବାହାନ ଉପରେ ଲାଗୁ ହେବ ନାହିଁ। କମିଶନରେଟ ପୋଲିସ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଏବଂ ଆବଶ୍ୟକ ନହେଲେ ଏହି ଅଞ୍ଚଳରେ ଯାତାୟତ ଏ ଅନୁରୋଧ କରିଛି।

ad-week
Leave A Reply

Your email address will not be published.