ଅହମଦାବାଦ ବିମାନ ଦୁର୍ଘଟଣା, ୩ ମାସ ପୂର୍ବରୁ ବଦଳାଯାଇଥିଲା ଡାହାଣ ଇଞ୍ଜିନ

add-all

ଅହମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତଦନ୍ତ କାର୍ଯ୍ୟ ଜୋରସୋର ଚାଲିଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୧୭୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତଦନ୍ତର ପ୍ରାରମ୍ଭିକ ପର୍ଯାୟରୁ ଜଣାପଡିଛି, ସମ୍ପୃକ୍ତ ବିମାନର ଡାହାଣ ପଟ ଇଂଜିନ ତିନି ମାସ ପୂର୍ବରୁ ବଦଳାଯାଇଥିଲା। ଏହା ଜଣାପଡିବା ପରେ ତଦନ୍ତର କେନ୍ଦ୍ରବିନ୍ଦୁ ବଦଳିଛି। ଏୟାର ଇଣ୍ଡିଆର ବୋଇଂ ୭୮୭ ଫ୍ଲିଟର ସମ୍ପ୍ରତି ଅଡିଟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କୌଣସି ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଥିବା ପାଇନାହିଁ। କେନ୍ଦ୍ର ଗୃହ ସଚିବଙ୍କ ନେତୃତ୍ୱରେ ବିମାନ ସୁରକ୍ଷା ପ୍ରୋଟୋକଲର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଚାଲିଛି। ଯେକୌଣସି ପଦ୍ଧତିଗତ ଓ ପ୍ରକ୍ରିୟାଗତ ତ୍ରୁଟି ଚିହ୍ନଟ କରିବା ପାଇଁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏକ ବିସ୍ତୃତ ତଦନ୍ତ କରୁଛି।

ad-week
Leave A Reply

Your email address will not be published.