କଥା ନ ମାନିଲେ ଆକ୍ରମଣ: ସେନାକୁ ଅନୁମତି ଦେଲେ ଟ୍ରମ୍ପ, ଚୂଡ଼ାନ୍ତ ନିର୍ଦେଶକୁ ଅପେକ୍ଷା

youtube

ତେହେରାନ : ଇରାନ ଉପରେ ଆକ୍ରମଣ କରିବ ଆମେରିକା। ଏଥିପାଇଁ ଆମେରିକା ସେନାକୁ ଅନୁମତି ମିଳିସାରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। କିନ୍ତୁ ଚୂଡ଼ାନ୍ତ ନିର୍ଦେଶ ଦେଇନାହାନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଅନ୍ତିମ ନିର୍ଦେଶକୁ ଅପେକ୍ଷା କରିଛି ପେଣ୍ଟାଗନ। ପରମାଣୁ କାର୍ଯ୍ୟକ୍ରମ ନେଇ ଇରାନର ଜବାବକୁ ଟ୍ରମ୍ପ ଅପେକ୍ଷା କରି ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଛନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଟ୍ରମ୍ପ ନିଜର ବରିଷ୍ଠ ପରାମର୍ଶଦାତାମାନଙ୍କୁ ଗତ ବୁଧବାର ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଇରାନର ପରମାଣୁ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ଯୋଜନା କରାଯାଇଥିବା ଟ୍ରମ୍ପ କହିଛନ୍ତି। ଇରାନ ପରମାଣୁ ଅସ୍ତ୍ର ବିକାଶ ବନ୍ଦ କରି ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ଦାବି କରିଛନ୍ତି। ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ବିରତି ବଦଳରେ ସେ ସମ୍ପୂର୍ଣ୍ଣ ବିଜୟ ଚାହୁଁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ଆକ୍ରମଣ ଯୋଜନା ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ମୁଁ ଏହା କରିପାରେ ଏବଂ ନ କରିପା​‌ରେ ମଧ୍ୟ। ପରିସ୍ଥିତିକୁ ଦେଖି ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆଗାମୀ ଏକ ସପ୍ତାହ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ କିଛି ବଡ଼ ଘଟଣା ଘଟିବ। ଇରାନର ସବୁଠୁ ବଡ଼ ତଥା ଫର୍ଡୋ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରାଯିବ। ଏହା ଭୂମିର ଅତି ଗଭୀରରେ ନିର୍ମିତ ହୋଇଛି। ଏହାକୁ ନଷ୍ଟ କରିବା କଷ୍ଟକର ବୋଲି କୁହାଯାଉଛି। କିନ୍ତୁ ଅଧିକ ଶକ୍ତିଶାଳୀ ବୋମାଦ୍ଵାରା ଏହାକୁ ଧ୍ବଂସ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ତେବେ ଇରାନ ଯଦି ଆମେରିକା ଦାବି ନ ମାନେ, ତେବେ ଆମେରିକା ପକ୍ଷରୁ ବଡ଼ ଧରଣର ଆକ୍ରମଣ କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି।

Leave A Reply

Your email address will not be published.