ମନ୍ଦାର୍ୟା ଡେମ ପଛପଟେ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

youtube

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଯଏଡେଗା ପଞ୍ଚାୟତ ଅନ୍ତର୍ଗତ ଝାଡବେଡା ଗ୍ରାମର ଜଣେ ଵୃଦ୍ଧ ଆଲବେଟ ମିଞ୍ଜ (୬୧ ବର୍ଷ ) ମନ୍ଦାର୍ୟା ଡ୍ୟାମ ପଛପଟେ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା | ଗତ କାଲି ଶୁକ୍ରବାର ଦିନ ସକାଳ ପ୍ରାୟ ୧୧ଟା ସମୟରେ ଆଲବେଟ ମିଞ୍ଜ ମନ୍ଦାର୍ୟା ଡେମ ପଛପଟେ ନିଜ ଡ଼ଙ୍ଗାରେ ମାଛ ଧରିବାକୁ ଯାଇଥିଲେ ଡ଼ଙ୍ଗାର ନିୟନ୍ତ୍ରଣ ହରାଇଥିବାରୁ ଡ଼ଙ୍ଗା ପାଣିରେ ବୁଡ଼ି ଯାଇଥିଲା ଏବଂ ଆଲବେଟ ମିଞ୍ଜ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ | ଘର ଲୋକ ସ୍ଥାନୀୟ ବାସିନ୍ଦା ମାନେ ଏହା ଜାଣିବା ପରେ ଡ୍ୟାମକୁ ଯାଇ ବହୁତ ଖୋଜାଖୋଜି କରିଦେଖିଲେ ଆଉ କିଛିବି ଅନୁସନ୍ଧାନ ପାଇନ ଥିଲେ | ଆଜି ଆଲବେଟଙ୍କ ପୁଅ ଜନ ଲେବନୁଷ ମିଞ୍ଜ ରାଏବଗା ଥାନାରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ | ଥାନା ଅଧିକାରୀ ପ୍ରହଲାଦ କୁମାର ପ୍ରଧାନ ଘଟଣା ସ୍ଥଳରେ ପହୁଁଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ | ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହୁଁଚି ପାଣିରେ ବୁଡ଼ିଥିବା ଆଲବେଟଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ | ଏବଂ ରାଏବଗା ପୋଲିସ ସବ ଜବତ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଵେବଚ୍ଛେଦ କରାଇ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ | ଆଜି ଝାଡବେଡା ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଛି |

Leave A Reply

Your email address will not be published.